Site icon ଆଜିକାଲି

ଚଳିତ ବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବା ଆଶଙ୍କା

ଭୁବନେଶ୍ୱର : ଚଳିତ ବର୍ଷ ଜଙ୍ଗଲରେ ଅଧିକ ନିଆଁ ଜଳିବା ଆଶଙ୍କା ରହିଛି | ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ ଏହା କହିଛନ୍ତି । ଏଥର ଜାନୁଆରୀ ମାସ ଚତୁର୍ଥ ସପ୍ତାହରୁ ହିଁ ତାପମାତ୍ରା ବଢିବା ଆରମ୍ଭ ହୋଇଛି । ଯଦି ଏହିଭଳି ସ୍ଥିତି ଜାରି ରହେ ଓ ମଝିରେ ମଝିରେ ବର୍ଷା ନ ହୁଏ ତାହେଲେ ଜଙ୍ଗଲରେ ନିଆଁ ଲାଗିବ | ଏବେ ୯୫ଟି ସ୍ଥାନରେ ନିଆଁ ଲାଗିବାର ସୂଚନା ଆସୁଛି ଓ ଆଗାମୀ ଦିନରେ ଏହା ୧୦୦୦ ବି ହୋଇପାରେ ବୋଲି ସିସିଏଫ କହିଛନ୍ତି । ଜଙ୍ଗଲ ନିଆଁକୁ ଆୟତ୍ତ କରିବୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ନେଇ ସିସିଏଫ ସୂଚନା ଦେଇଛନ୍ତି।

ଜିଲ୍ଲା ସ୍ତରୀୟ ଯୋଜନା ପ୍ରସ୍ତୁତ କରାଯାଇଛି | ମନୁଷ୍ୟକୃତ ନିଆଁ ଜଙ୍ଗଲରେ ର ଲାଗିବା ପାଇଁ ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯାଉଛି । ବାଲିଗୁଡା, ଫୁଲବାଣୀ, ସୁନ୍ଦରଗଡ଼, ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନା ଅଧିକ ରହିଥିବା ସେ ସୂଚନା ଦେଇଛନ୍ତି ।

Exit mobile version