Site icon ଆଜିକାଲି

ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ ସୂଚନା ନାହିଁ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ନେଇ ସଦ୍ୟତମ ଆକଳନ ଅନୁସାରେ କେନ୍ଦ୍ରୀୟ ବଙ୍ଗୋପସାଗର ମୁହାଁ ହେବ ବାତ୍ୟା । ଏହି ମାସ ୭ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ୮ତାରିଖରେ ଲଘୁଚାପ ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହାପରେ ବାତ୍ୟାର ରୂପ ନେବ ଅବପାତ ।

ବାତ୍ୟାର ରୂପ ନେବା ପରେ ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଯିବ । ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ ବାତ୍ୟାର ଗତିପଥ । ଆସନ୍ତା ୮ତାରିଖରେ ୭୦କିମି ବେଗରେ ପବନ ବହିପାରେ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନ ବହିବ । ୧୦ ପରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୮୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Exit mobile version