Site icon ଆଜିକାଲି

ରାଜ୍ୟରେ କରୋନାକୁ ନେଇ ଚିନ୍ତା ଜନକ ସ୍ଥିତି ନାହିଁ : ନିରଞ୍ଜନ ମିଶ୍ର

ଭୁବନେଶ୍ୱର : ରାଜ୍ୟରେ କରୋନାକୁ ନେଇ ବର୍ତ୍ତମାନ ଚିନ୍ତା ଜନକ ସ୍ଥିତି ନାହିଁ। ଦେଶରେ ଚିହ୍ନଟ ସଂକ୍ରମିତ ରୋଗୀଙ୍କ ମଧ୍ୟ ଅଧିକାଂଶ ଦକ୍ଷିଣ ଭାରତରୁ ଚିହ୍ନଟ ହୋଇଛନ୍ତି। କେରଳରୁ କେବଳ ଚିହ୍ନଟ ହେଇଛନ୍ତି ୪୦ ପ୍ରତିଶତ ସଂକ୍ରମିତ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମଙ୍ଗଳବାର ଦିନ ରାଜ୍ୟରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହେଇଛି। ରାଜ୍ୟରେ ଏବେ ୨୪ଟି ଆକ୍ଟିଭ କେସ ରହିଛି । ଯେଉଁଥିରେ ଜଣେ ମାତ୍ର ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି ଆଉ ଅନ୍ୟ ୨୩ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି। ଥଣ୍ଡା କାଶ ଭଳି ଲକ୍ଷଣ ଦେଖା ଦେଲେ ନିଜକୁ ଆଇସୋଲେଟ୍ କରି ନିଅନ୍ତୁ। ଜନ ସଚେତନତା ଆବଶ୍ୟକ ରହିଛି। ବାହାରକୁ ଆସିଲେ ମାସ୍କ ପିନ୍ଧିକି ବାହାରକୁ ଆସନ୍ତୁ।

FacebookTwitterLinkedinWhatsapp
Exit mobile version