Site icon ଆଜିକାଲି

ରାଜ୍ୟରେ ନାହିଁ ବେଶୀ ଶୀତ, ୧୧ ଯାଏ ରହିବ କୁହୁଡ଼ି ପ୍ରଭାବ

ଭୁବନେଶ୍ୱର : ରାଜ୍ୟରେ ନାହିଁ ବେଶୀ ଶୀତ । କିନ୍ତୁ କୁହୁଡ଼ି ପଡୁଛି । ଆସନ୍ତା କିଛି ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ରାତି ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ତେବେ ୧୧ ତାରିଖ ଯାଏ ରାଜ୍ୟରେ କୁହୁଡ଼ି ପ୍ରଭାବ ରହିବ । ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ଘନ କୁହୁଡ଼ି ପାଇଁ ସତର୍କ ସୂଚନା ଜାରି ହୋଇଛି ।

ଆଜି ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପଡ଼ିଛି ଘନ କୁହୁଡ଼ି । ସେହିପରି ଆସନ୍ତାକାଲି ପାଇଁ ଅନୁଗୋଳ, ଢେଙ୍କାନାଳ ସମେତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କୁହୁଡ଼ି ପଡ଼ିବା ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୨ ଡିଗ୍ରୀ ସେଲସିୟସ୍ ଅଧିକ ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ଥିଲା ୭.୫ । କୋରାପୁଟରେ ୮.୩, ଦାରିଙ୍ଗିବାଡ଼ିରେ ୯.୫ ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା ।

Exit mobile version