Site icon ଆଜିକାଲି

ବିଭିନ୍ନ ପରୀକ୍ଷା ପାଇଁ ପରୀକ୍ଷାର୍ଥୀମାନଙ୍କ ଲାଗି ଆଜି କର୍ଫ୍ୟୁ କୋହଳ ହେବ

ସମ୍ବଲପୁର : ସମ୍ବଲପୁରରେ କର୍ଫ୍ୟୁ ଜାରି ହୋଇଥିଲେ ମଧ୍ୟ ଆଜି ବିଭିନ୍ନ ପରୀକ୍ଷା ପାଇଁ କୋହଳ କରାଯିବ । ସିଡିଏସ ଓ ଏଏସଓ ପରୀକ୍ଷା ପାଇଁ କଟକଣା କୋହଳ କରାଯିବ । ସକାଳ ସାଢେ ୭ରୁ ସାଢେ ୧୦ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ ଯାଏ କଟକଣା କୋହଳ ହେବ । ପରୀକ୍ଷାର୍ଥୀଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ହେଲପଲାଇନ ନମ୍ବର ବି ଜାରି କରାଯାଇଛି । ସେହି ନମ୍ବର ହେଲା -୦୬୬୩୨୪୦୩୭୪୪ ।

ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ବସ ସେବା ମଧ୍ୟ ଯୋଗାଇ ଦିଆଯିବ। କ୍ଷେତରାଜପୁର ଷ୍ଟେସନରୁ ୩ଟି ବସ ଚାଲିବ ପୋଲିସକୁ ଆଡ୍‌ମିଟ କାର୍ଡ ଦେଖାଇ ପରୀକ୍ଷାର୍ଥୀ ଯାଇପାରିବେ । ପରୀକ୍ଷାର୍ଥୀଙ୍କ ସହ ଜଣେ ସହଯୋଗୀ ଯିବା ପାଇଁ ବି ଅନୁମତି ଦିଆଯାଇଛି ।

Exit mobile version