Site icon ଆଜିକାଲି

ଚଳିତବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ : ଆଇନ୍‌ ମନ୍ତ୍ରୀ

ଭୁବନେଶ୍ୱର : ଚଳିତବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ। ଆର ବର୍ଷରେ ହେବ କଲେଜ ଇଲେକ୍ସନ। ଅର୍ଥାତ୍ ୨୦୨୫ ମସିହାରେ ହେବ ଛାତ୍ର ସଂସଦ ନିର୍ବାଚନ। ଯାଜପୁର ଜିଲ୍ଲା ବଡ଼ଚଣା ନୂଆହାଟ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏକଥା ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଛାତ୍ର ସଂସଦ ନିର୍ବାଚନ ସାଧାରଣତଃ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ହୋଇଥାଏ। ହେଲେ ରାଜ୍ୟରେ ନୂଆ ସରକାର ଆସିଲା ପରେ ଏଥର କଲେଜ ଇଲେକ୍ସନ କରିବାକୁ ପର୍ଯ୍ୟାପ୍ତ ସମୟ ମିଳିନି। ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଥମେ ଏବର୍ଷ ଆଗେ ସମସ୍ତ କଲେଜରେ ଆନୁଷଙ୍ଗିକ ପ୍ରସ୍ତୁତି କରାଯିବ। ସେ କାମ ସରିଲେ ଆସନ୍ତାବର୍ଷ କଲେଜ ଭୋଟ୍ ନିଶ୍ଚିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଇନମନ୍ତ୍ରୀ।

ଆଇନମନ୍ତ୍ରୀଙ୍କଠାରୁ ସ୍ପଷ୍ଟ ଚିତ୍ର ମିଳିବା ପରେ ଏବର୍ଷକୁ ମିଶାଇ କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ କଲେଜ ଇଲେକ୍ସନ ସ୍ଥଗିତ ରହିଛି। ଶେଷଥର ପାଇଁ ୨୦୧୭ ମସିହାରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ତା’ପର ବର୍ଷଠୁ ଅର୍ଥାତ୍ ୨୦୧୮ ପରଠୁ ଆଉ କଲେଜ ଭୋଟ୍ ହୋଇନି। ଫଳରେ ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରି ଆଗକୁ ନେତା ହେବାର ସ୍ୱପ୍ନ ଦେଖୁଥିବା ଯୁବଗୋଷ୍ଠୀଙ୍କୁ ଝଟକା ଲାଗିଛି। 

Exit mobile version