Site icon ଆଜିକାଲି

ଭୁବନେଶ୍ବର ଓ କଟକରେ ହେବ ଟିଟି ଏକାଡେମୀ

ଭୁବନେଶ୍ବର: ଅନ୍ତର୍ଜାତୀୟ ଟେବୁଲ୍‌ ଟେନିସ ମହାସଂଘ (ଆଇଟିଟିଏଫ୍‌)ର ଏକ ଦଳ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡ଼ିଶାରେ ଟେବୁଲ ଟେନିସ (ଟିଟି)ର ବିକାଶ ଲାଗି ଆଲୋଚନା କରିଛନ୍ତି। ଏହି ଦଳରେ ଆଇଟିଟିଏଫ୍‌ ସଭାପତି ପେଟ୍ରା ସୋର୍ଲିଂ, ଆଇଟିଟିଏଫ୍‌ ଫାଉଣ୍ଡେସନ ନିର୍ଦେଶକ ଲିଣ୍ଡ୍ରୋ ଓଲ୍‌ଭେକ୍‌, ପ୍ରୋଗ୍ରାମ ମ୍ୟାନେଜର ସୌରଭ ମିଶ୍ର ଓ ପ୍ରୋଗାମ କୋଅର୍ଡିନେଟର ଜୁଲାଆ ଟାପେନ୍‌ଡ୍ରଫ୍‌ ପ୍ରମୁଖ ରହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସୋର୍ଲିଂ ଟିଟି ବିକାଶର ଏକ ହାଣ୍ଡବୁକ୍‌ ପ୍ରଦାନ କରିଥିଲେ। ଅତିଥିମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିବା ସହ ରାଜ୍ୟ ଓ ଦେଶରେ ଟିଟିର ବିକାଶରେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। ରାଜ୍ୟ ସରକାର ‌ଭୁବନେ‌ଶ୍ବର ଓ କଟକରେ ‌ଟିଟି ଏକାଡେମୀ କରିବାକୁ ନି‌ଷ୍ପତ୍ତି ନେଇଛନ୍ତି। ଏଥିସହ ରାଜ୍ୟରେ ଥିବା ସମସ୍ତ ଇନ୍‌ଡୋର ହଲ୍‌ରେ ଟିଟି ଅଭ୍ୟାସ ଲାଗି ବ୍ୟବସ୍ଥା କରାଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଇଟିଟିଏଫ୍‌ ସଦସ୍ୟଙ୍କୁ ସୂଚନା ଦେଇଥିଲେ।

Exit mobile version