Site icon ଆଜିକାଲି

ହାତୀର ଗତିବିଧି ଜଗିବାକୁ ବ୍ୟବହାର ହେଲା ଥରମାଲ ଡ୍ରୋନ


କେନ୍ଦୁଝର: ରାତିରେ ହାତୀଙ୍କ ଗତିବିଧି ଓ ହାତୀ ଜନିତ ଦୁର୍ଘଟଣା ରୋକିବାକୁ ବନ ବିଭାଗର ନୂତନ ପ୍ରୟାସ । ବ୍ୟବହାର କଲା ଥରମାଲ ଡ୍ରୋନ । କେନ୍ଦୁଝର ବନଖଣ୍ଡରେ ଥିବା ୭ଟି ରେଞ୍ଜ ଏବେ ହାତୀ ପ୍ରବଣ । ବିଭିନ୍ନ ସମୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢ଼େଇ ଲାଗି ରହିଛି । କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷ ମରୁଛି । ରାତିରେ ବିଶେଷ କରି ଏହି ଦୁର୍ଘଟଣା ଘଟୁଛି । ସାଧାରଣତଃ ହାତୀର ଗତିବିଧି ମଧ୍ୟ ରାତିରେ ଜଣା ପଡେ ନାହିଁ । ଏଣୁ ଏ ସବୁକୁ ରୋକିବାକୁ ବନ ବିଭାଗ ନୂତନ ପ୍ରୟାସ ଆରମ୍ଭ କରିଛି।

ରାତିରେ ଏ ସବୁ ଗତିବିଧି ଜଗିବାକୁ ବ୍ୟବହାର କରିଛି ଥରମାଲ ଡ୍ରୋନ । ଏହାକୁ ପ୍ରଥମେ ଚମ୍ପୁଆ ରେଞ୍ଜ ରେ ବ୍ୟବହାର କରାଯାଇଛି । ଏଥିସହ ପାଟଣା ଓ ଘଟଗାଁ ରେଞ୍ଜରେ ମଧ୍ୟ ରାତିରେ ହାତୀର ଗତିବିଧିକୁ ନେଇ ସଫଳ ପରୀକ୍ଷା କରାଯାଇଛି ।

Exit mobile version