Site icon ଆଜିକାଲି

ଆଜି ସନ୍ଧ୍ୟାରେ ଉଜ୍ଜ୍ୱଳ ଗ୍ରହ ଶୁକ୍ରର ଖୁବ୍‌‌ ନିକଟରେ ଦେଖାଯିବ ଚନ୍ଦ୍ର

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଉଜ୍ଜ୍ୱଳ ଗ୍ରହ ଶୁକ୍ରର ଖୁବ୍‌‌ ନିକଟରେ ଦେଖାଯିବ ଚନ୍ଦ୍ର। ୨୩ ତାରିଖରେ ଚନ୍ଦ୍ର ଓ ଶୁକ୍ର ଭିତରେ ୨ ଡିଗ୍ରୀ ରହିବ। ଏହା ପରଦିନ ଦୂରତା ବଢ଼ିଯାଇ ପ୍ରାୟ ୧୫ ଡିଗ୍ରୀ ହେବ। ମେ ମାସ ଶେଷ ସପ୍ତାହ ତଥା ଜୁନ୍‌‌ ମାସ ୧୫ ତାରିଖ ଯାଏଁ ସବୁଦିନ ସନ୍ଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ଉଜ୍ଜ୍ୱଳ ଶୁକ୍ର ଗ୍ରହକୁ ପଶ୍ଚିମ ଆକାଶରେ ଲୋକମାନେ ଖାଲି ଆଖିରେ ଦେଖିପାରିବା। ଏହା ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ। ଯାହାକୁ ଖାଲି ଆଖିରେ ଦେଖିହେବ। ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଆକାଶ ମେଘ ମୁକ୍ତ ଥିଲେ ଏହାକୁ ମାଚ୍ଚ ୨୩ ତାରିଖ ସଂଧ୍ୟା ୬ଟା ୩୦ରୁ ୯ଟା ୧୫ ଯାଏଁ ଦେଖିହେବ। ମାର୍ଚ୍ଚ ୨୩ ତାରିଖ ସଂଧ୍ୟା ୬ଟା ୩୦ରୁ ୮ଟା ଯାଏଁ ପଠାଣି ସାମନ୍ତ ପ୍ଲାନେଟାରିୟମ ତରଫରୁ ଏହି ଦୃଶ୍ୟ କୁ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିବାର ବ୍ୟବସ୍ଥା କରାଯିବ ବୋଲି ପ୍ଲାନେଟୋରିୟମ ର ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

Exit mobile version