Site icon ଆଜିକାଲି

ଏଥର ମୌସୁମୀ ବେଳେ ରାଜ୍ୟରେ ସ୍ୱାଭାବିକଠୁ ୧୫ ପ୍ରତିଶତ ଅଧିକ ବର୍ଷା

ଭୁବନେଶ୍ୱର : ଏଥର ରାଜ୍ୟରେ ମୌସୁମୀ ବେଳେ ୯୩୪.୨ ମିମି ବର୍ଷା ରେକର୍ଡ କରାଯାଇଛି। ଜୁନ୍ ପହିଲାରୁ ଅଗଷ୍ଟ ୨୧ ମଧ୍ୟରେ ଏହି ପରିମାଣର ବର୍ଷା ରେକର୍ଡ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏଥର ସ୍ୱାଭାବିକ ହାରଠୁ ୧୫ ପ୍ରତିଶତ ଅଧିକ ବର୍ଷା ହୋଇଛିି ।

ଏହି ସମୟ ମଧ୍ୟରେ ବୌଦ୍ଧରେ ୬୨ ଓ କନ୍ଧମାଳରେ ୭୩ ପ୍ରତିଶତ ସ୍ୱାଭାବିକଠୁ ଅଧିକ ବର୍ଷା ରେକର୍ଡ ହୋଇଛି । ଦେବଗଡରେ ୪୦ ପ୍ରତିଶତ, ଢେଙ୍କାନାଳରେ ୨୯ , ଜଗତସିଂହପୁରରେ ୨୧ , ନୟାଗଡରେ ୨୨ , ନୂଆପଡାରେ ୨୦ , କୋରାପୁଟରେ ୩୦ , ରାୟଗଡାରେ ୩୩ ଏବଂ ଗଜପତିରେ ୨୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ବାକି ୨୦ ଜିଲ୍ଲାରେ ମଧ୍ୟ ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।

Exit mobile version