Site icon ଆଜିକାଲି

ଏଥର ଅନଲାଇନରେ ଉପଲବ୍ଧ ହେବ ଯୁକ୍ତ୨ ଉତ୍ତରଖାତା

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ଅଧିକ ସ୍ଵଚ୍ଛତା ଆଣିବା ପାଇଁ ଗଣ ଶିକ୍ଷା ମାଧ୍ୟମର ଆଉ ଏକ ଭିନ୍ନ ପ୍ରୟାଶ। ଏଣିକି ଅନ୍‌ଲାଇନରେ ଉପଲବ୍ଧ ହେବ ଯୁକ୍ତ୨ ପରୀକ୍ଷାର୍ଥୀଙ୍କ ଉତ୍ତରଖାତା। ତେବେ ଏହି ବ୍ୟବସ୍ଥା ପୂର୍ବରୁ ଲାଗୁ କରିବାକୁ ଯୋଜନା ହୋଇଥିଲେ ହେଁ କରୋନା ଲାଗି ଗତ ୨ବର୍ଷ ହେବ ଲାଗୁ ହୋଇପାରି ନଥିଲା। ଏବେ ଏହାକୁ ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଅନ୍‌ଲାଇନ୍‌ରେ ଉତ୍ତରଖାତା ଅପ୍‌ଲୋଡ୍ ହେବାଦ୍ଵାରା ଏହା ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ପାଇଁ କୌଣସି ପ୍ରକାର ଆପତ୍ତି ଅଭିଯୋଗର ସଂଖ୍ୟା ହ୍ରାସକରିବ ।

ପୂର୍ବରୁ ଏହା ପାଇଁ ବହୁତ ଅସୁବିଧା ଭୋଗିବାକୁ ପଡୁଥିଲା । କିନ୍ତୁ ଏବେ ଛାତ୍ରଛାତ୍ରୀମାନେ ଉତ୍ତରଖାତାରେ କେଉଁ ପ୍ରଶ୍ନ ଲାଗି କେତେ ମାର୍କପାଇଛନ୍ତି ତାହା ସିଧାସଳଖ ଜାଣିପାରିବେ । ଫଳରେ ପୂର୍ବରୁ ରେଜଲ୍ଟ ପ୍ରକାଶ ପରେ ପିଲାମାନେ ଯେପରି କମ୍ ମାର୍କ ମିଳିଥିବା ଅଭିଯୋଗ କରୁଥିଲେ ଏବଂ ପରିଷଦକୁ ଦୌଡୁ ଥିଲେ ସେହି ସମସ୍ୟାର ସମାଧାନ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ ଏବଂ ରେଜଲ୍ଟ ପ୍ରକାଶ ପାଇବାର ଏକ ସପ୍ତାହ ମଧ୍ୟରେ ଏହି ଉତ୍ତରଖାତାକୁ ଅନ୍‌ଲାଇନ୍‌ରେ ଅପ୍‌ଲୋଡ କରାଯିବ। ପ୍ରତ୍ୟେକ କଲେଜକୁ ଏକ ସ୍ୱତନ୍ତ୍ର ଆଇଡି ପାସ୍ ୱାର୍ଡ ଦିଆଯିବ । ସେହି ପାସୱାର୍ଡ ମାଧ୍ୟମରେ କଲେଜ କର୍ତ୍ତୃପକ୍ଷ ସେମାନଙ୍କ କଲେଜର ପିଲାଙ୍କର ଉତ୍ତରଖାତା ଦେଖିପାରିବେ ।

Exit mobile version