Site icon ଆଜିକାଲି

ଚଳିତବର୍ଷ ରାଜଧାନୀରେ ଭକ୍ତଙ୍କ ଗହଣରେ ହେବ ଗଣେଶ ପୂଜା

ଭୁବନେଶ୍ୱର : ରାଜଧାନୀରେ ଏଥର ଗଣେଶ ପୂଜାରେ ପରଦା ଆଢୁଆଳରେ ନୁହେଁ, ବରଂ ସିଧାସଳଖ ଠାକୁରଙ୍କୁ ଦର୍ଶନ କରିପାରିବେ ଭକ୍ତ । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ଏଥର ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହେଇପାରିବ ପୂଜା । କୋଭିଡ୍ କଟକଣା ଉଠିଥିଲେ ମଧ୍ୟ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର।

ଏ ବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଗଣେଶ । ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ହୋଇଛି ୨ଟି ଅସ୍ଥାୟୀ ପୋଖରୀ । ସେଥିରେ ଭୁବନେଶ୍ବରର ସମସ୍ତ ମୂର୍ତ୍ତି ବିସର୍ଜନ କରିବାକୁ କମିଶନର ଅପିଲ କରିଛନ୍ତି । ପୂଜାରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ପକାଇବାକୁ ଅନୁରୋଧ କରିଛନ୍ତି କମିଶନର ।

Exit mobile version