Site icon ଆଜିକାଲି

ଚଳିତ ବର୍ଷ ଅସହ୍ୟ କରିବ ତାତି, କଲବଲ କରିବ ଗରମ ଓ ଗୁଳୁଗୁଳି

heatwave.

ଭୁବନେଶ୍ୱର : ଚଳିତ ବର୍ଷ ଅସହ୍ୟ କରିବ ତାତି । କଲବଲ କରିବ ଗରମ ଓ ଗୁଳୁଗୁଳି । ଏଥର ଏପ୍ରିଲ ମାସରେ ଗ୍ରୀଷ୍ମ ଦାଉ ବ୍ୟଥିତ କରିପାରେ ବୋଲି କହିଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଶରତ ସାହୁ ।

ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ୨୦୧୫ରେ ଷ୍ଟ୍ରଙ୍ଗ ଏଲିନୋ ପ୍ରଭାବ ଥିଲା । ଏହାପରେ ୨୦୧୬ରେ ମେ ମାସ ପର୍ଯ୍ୟନ୍ତ ପ୍ରଭାବ ଜାରୀ ରହିଥିଲା । ଫଳରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା । ସେହିପରି ୨୦୨୩-୨୪ରେ ମଧ୍ୟ ସେହିପ୍ରକାର ସ୍ଥିତି ଦେଖାଯାଉଛି । ତେଣୁ ଅଧିକ ଗରମ ଗୁଳୁଗୁଳିର ସମ୍ଭାବନା ରହିଛି ।

ସେପଟେ ଓଡ଼ିଶା ଉତ୍ତର ଆନ୍ଧ୍ରପ୍ରଦେଶରେ ଏକ ଗୁରୁଚାପ ବଳୟ ରହିଛି। ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହେଉଛି । ସେହିପରି ୧୮ରୁ ତାପମାତ୍ରା ବଢ଼ିବ । ଦକ୍ଷିଣ ଓଡ଼ିଶାରେ ୩୩ ଡିଗ୍ରୀ ଉପରେ ରହିବାର ସମ୍ଭାବନା ମଧ୍ୟ ରହୁଛି । ଭୁବନେଶ୍ଵର ମଧ୍ୟ ୩୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ। ଏଭଲି ସ୍ଥିତି ୨୨ ତାରିଖ ପର୍ଯ୍ୟନ୍ତ ଦେଖାଦେଇପାରେ । ବାୟୁମଣ୍ଡଳର ଉପରି ଭାବରେ ଏକ ଟ୍ରାପ ଲାଇନ୍ ଆସୁଛି , ଏହାର ପ୍ରଭାବରେ ୧୬-୧୮ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ବି ସମ୍ଭାବନା ରହୁଛି ।

Exit mobile version