Site icon ଆଜିକାଲି

ଖାଇବା ବେଳେ ବଚସା : ବୋମାମାଡ଼ରେ ୩ ହୋଟେଲ କର୍ମଚାରୀ ଆହତ

ଭୁବନେଶ୍ବର : ଖାଇବା ବେଳେ ବଚସା । ଏହି ବଚସାକୁ ନେଇ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ବୋମାମାଡ଼ । ଗତ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ବୋମାମାଡରେ ଏକ ହୋଟେଲର ୩ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଯେ, ରବିବାର ବିଳମ୍ବିତ ରାତିରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲରେ ଖାଇବା ପରେ ପଇସାକୁ ନେଇ ବଚସା ହୋଇଥିଲା । ଏହାପରେ ଯୁବକମାନେ ହୋଟେଲରୁ ପଳାଇ ଯାଇଥିଲେ। ପୁଣି କିଛି ସମୟ ପରେ ଆସି ବୋମାମାଡ କରିଥିଲେ । ଏଥିରେ ହୋଟେଲର ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଦୁଇ ଜଣ ଯୁବକ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

Exit mobile version