Site icon ଆଜିକାଲି

ଅପହରଣ ନୁହେଁ, ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ରାଇଘର ତହସିଲ ସୁପରଭାଇଜରଙ୍କ ସମେତ ତିନି ଜଣ

ଉମରକୋଟ -ଛତିଶଗଡରେ ଭୋଜି ଖାଇ ଫେରୁଥିବା ବେଳେ ଚାରିଜଣ ନିଖୋଜ ହୋଇଥିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ସେମାନଙ୍କୁ କିଏ ଅପହରଣ କରିନାହିଁ, ବରଂ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଅପହରଣ ନୁହେଁ, ଦୁର୍ଘଟଣାରେ ୪ ଜଣଙ୍କ ହୋଇଛି ମୃତ୍ୟୁ । କାରରେ ଫେରୁଥିବା ବେଳେ ବେଳେ ଏକ ପରିତ୍ୟକ୍ତ କୂଅରେ ପଡ଼ି ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କାର ଟାୟାର ଫାଟି ଯିବାରୁ ତାହା ଭାରସାମ୍ୟ ହରାଇ କୂଅ ଭିତରେ ପଶି ଯାଇଥିବା ଜଣାପଡ଼ିଛି । କୂଅରୁ ପାଣି ଖାଲି କରାଯାଇ ସମସ୍ତଙ୍କ ମୃତଦେହ ଉଦ୍ଧାର କରୁଛି ପୋଲିସ ।

ରାଇଘର ତହସିଲ ସୁପରଭାଇଜର ସପନ ସରକାର ଓ ତାଙ୍କ ସ୍ତ୍ରୀ ରୀତା ସରକାର, ଶଳା ବିଶୁ ଅଧିକାରୀ ଏବଂ ଅନ୍ୟଜଣେ ବନ୍ଧୁ ହାଜାରୀ ଢାଲି ଛତିଶଗଡ଼ କାଙ୍କେରରେ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ । ସେଠାରୁ ଶନିବାର ରାତି ସାଢେ ୧୦ଟା ବେଳେ ସମସ୍ତେ ଏକାଠି ଗୋଟିଏ ଗାଡ଼ିରେ କୋଣ୍ଡାଗାଁ ବାହାରିଥିଲେ। କିଛି ବାଟ ଆସିବା ପରେ ସେମାନଙ୍କ ଫୋନ୍ ଲାଗି ନଥିଲା । ସପନ ଓ ଅନ୍ୟମାନେ ଘରେ ପହଞ୍ଚି ନଥିବା ବେଳେ ସମସ୍ତଙ୍କ ମୋବାଇଲ ମଧ୍ୟ ସୁଇଚ ଅଫ୍ ରହିଥିଲା । ରବିବାର ସକାଳୁ ପରିବାର ଲୋକେ ବିଭିନ୍ନ ଆଡେ ଖୋଜାଖୋଜି କରିଥିଲେ ବି ସେମାନଙ୍କ ପତ୍ତା ମିଳି ନଥିଲା । ଗତକାଲି ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ ।

Exit mobile version