Site icon ଆଜିକାଲି

ଓଡ଼ିଶାର ୧୦ ଜିଲ୍ଲା ଦେଇ ଛତିଶଗଡ଼ ଯିବ ରାହୁଲଙ୍କ ନ୍ୟାୟ ଯାତ୍ରା

ଭୁବନେଶ୍ୱର : ଓଡ଼ିଶାର ୧୦ ଜିଲ୍ଲା ଦେଇ ଛତିଶଗଡ଼ ଯିବ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା । ଯେଉଁ ରାଜ୍ୟ ଦେଇ ନ୍ୟାୟ ଯାତ୍ରା ଯିବ, ସେହିସବୁ ରାଜ୍ୟର ପିସିସି ସଭାପତିଙ୍କୁ ଦିଲ୍ଲୀ ଡାକରା ହୋଇଛି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ରାହୁଲ ଗାନ୍ଧୀ ଝାରଖଣ୍ଡ ପଟୁ ଓଡ଼ିଶା ଭିତରକୁ ପ୍ରବେଶ କରିବେ । ପରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର, ଗଞ୍ଜାମ , କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଆଦି ୧୦ ଜିଲ୍ଲା ଦେଇ ଛତିଶଗଡ଼ ଅଭିମୁଖେ ଯାତ୍ରା କରିବେ ।

୯୦ ମିଶନ ସଫଳ ପାଇଁ କଂଗ୍ରେସ ଅଙ୍କ କଷୁଛି । ୨୦୧୯ ନିର୍ବାଚନରେ ଦଳ ୬୯ଟି ଆସନରେ ଅଳ୍ପ ଭୋଟ୍ ବ୍ୟବଧାନରେ ହାରିଥିବା ଓ ସଂଗଠନକୁ ହାତରେ ରଖିଥିବା ନେତାଙ୍କୁ ଦଳ ୨୦୨୪ ବିଧାନସଭା ନିର୍ବାଚନରେ ପୁଣି ପ୍ରାର୍ଥୀ କରିବ । ନ୍ୟାୟ ଯାତ୍ରା ଉପରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ପାଇଁ ପିସିସି ସଭାପତି ଦିଲ୍ଲୀ ଯାଇଛନ୍ତି ।

Exit mobile version