Site icon ଆଜିକାଲି

ନିଜ ଝିଅକୁ ବୈତରଣୀ ନଦୀକୁ ଫିଙ୍ଗି ହତ୍ୟା ଘଟଣା, ଅଭିଯୁକ୍ତକୁ ଧରି ସିନ୍‌ ରିକ୍ରିଏସନ୍‌ କଲା କ୍ରାଇମବ୍ରାଞ୍ଚ

ଆନନ୍ଦପୁର : କେନ୍ଦୁଝର ଆନନ୍ଦପୁରରେ ନିଜ ଝିଅକୁ ବୈତରଣୀ ନଦୀକୁ ଫିଙ୍ଗି ହତ୍ୟା ଘଟଣା। ଅଭିଯୁକ୍ତକୁ ରିମାଣ୍ଡରେ ନେଇ ସିନ୍ ରିକ୍ରିଏସନ କରାଇଲା କ୍ରାଇମବ୍ରାଞ୍ଚ।

ସୂଚନା ଯେ, ପାରିବାରିକ କଳହକୁ ନେଇ ଗତ ୨୦୧୩ ମସିହାରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଫକୀରପୁର ଗାଁର ପ୍ରଶାନ୍ତ ସାହାଣୀ ନିଜ ଝିଅକୁ ବୈତରଣୀ ନଦୀକୁ ଫିଙ୍ଗି ହତ୍ୟା କରିଥିଲା। ଘଟଣା ପରେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ ତାଙ୍କ ପତ୍ନୀ ପୂଜା। ଦୀର୍ଘ ୧୦ ବର୍ଷ ପରେ ମହାରାଷ୍ଟ୍ର ମୋରଦାବାଦରୁ ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଚଳିତ ମାସ ୨ ତାରିଖରେ ଅଭିଯୁକ୍ତକୁ ଵିଚାର ଵିଭାଗୀୟ ହାଜତ କୁ ପଠାଯାଇଥିଲା।

Exit mobile version