Site icon ଆଜିକାଲି

୧୫ ଜୁନ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଆଜି ଆପଣଙ୍କୁ ଯେଉଁ ବି କାମ ଦିଆଯାଉଛି, ତାହାକୁ ସ୍ୱୀକାର କରନ୍ତୁ। ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଛାତ୍ରମାନେ ଗୁରୁଙ୍କ ପରାମର୍ଶ ନେବେ।

ବୃଷ: ଆଜି ଚାକିରିରେ କୌଣସି ମାମଲାକୁ ନେଇ ବିବାଦ ହୋଇପାରେ। ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତ ହେବ। ଘରର ମାହୋଲ ଭଲ ରହିବ।

ମିଥୁନ: ଆଜିର ଦିନ ବ୍ୟସ୍ତତା ଭିତରେ କଟିବ। ଆଜି ଆପଣଙ୍କ ସ୍ୱପ୍ନ ସାକାର ହୋଇପାରେ। ସନ୍ଧ୍ୟାରେ ପରିବାର ସହିତ ଡିନର ଏନ୍‌ଜୟ କରିବେ।

କର୍କଟ: ଯୁବକମାନଙ୍କୁ ରୋଜଗାରର ନୂଆ ଅବସର ପ୍ରାପ୍ତ ହେବ। ଡାକ୍ତରୀ ଛାତ୍ରମାନଙ୍କୁ ନୂଆ କିଛି ଶିଖିବାକୁ ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ।

ସିଂହ: ଆଜି ଆପଣ ଯେତେ ସକାରାତ୍ମକ ରହିବେ, ସେତେ ସଫଳ ହେବେ। କ୍ୟାରିୟର ଆଗକୁ ବଢ଼ାଇବାକୁ ଚେଷ୍ଟା କରନ୍ତୁ, ସଫଳତା ମିଳିବ।

କନ୍ୟା: ସନ୍ଧ୍ୟାରେ ନିଜ ଜୀବନସାଥୀଙ୍କ ସହ ସପିଂରେ ଯାଇପାରନ୍ତି, ଯଦ୍ଦ୍ଵାରା ଆପଣଙ୍କ ସାଥୀ ଖୁସି ହେବେ। ଆଖିର ବିଶେଷ ଧ୍ୟାନ ରଖନ୍ତୁ।

ତୁଳା: ଆଜିର ଦିନ ବହୁତ ଭଲ ହେବାକୁ ଯାଉଛି। ନିଜ ପରିବାର ସହିତ ସମୟ କାଟିବେ। ଲଭ୍‌ମେଟ ଆଜି ନିଜ ମନର କଥା ନିଜ ସାଥୀଙ୍କୁ କହିବେ।

ବିଛା: ଆପଣଙ୍କ ଆର୍ଥିକ ପକ୍ଷ ଦୃଢ଼ ହେବ। ସନ୍ଧ୍ୟାରେ ପରିବାର ସହିତ ଆନନ୍ଦର ମୁହୂର୍ତ୍ତ ବିତାଇବେ। ଛାତ୍ରମାନେ ପରିଶ୍ରମ କଲେ ଭଲ ସଫଳତା ପାଇବେ।

ଧନୁ: ନୂଆ ବ୍ୟବସାୟ ଆରମ୍ଭ କରୁଥିଲେ ବଡ଼ମାନଙ୍କର ପରାମର୍ଶ ନିଅନ୍ତୁ। ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୁତ ହେବ। ବଡ଼ଙ୍କ ଆଶୀର୍ବାଦ ମିଳିବ।

ମକର: ଆଜି ଆର୍ଥିକ ପକ୍ଷ ଦୃଢ଼ ହେବ। ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତ ହେବ। ନିଜର ଉଦାର ସ୍ୱଭାବ ଦ୍ୱାରା ଅନ୍ୟଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ।

କୁମ୍ଭ: ପରିବାର ସହିତ କୌଣସି ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ, ଯଦ୍ଦ୍ଵାରା ମନ ଶାନ୍ତ ରହିବ। ପ୍ରତ୍ୟେକ ଚେଷ୍ଟାରେ ଜୀବନସାଥୀଙ୍କ ସାଥ୍‌ ମିଳିବ।

ମୀନ: ଛାତ୍ରମାନେ କମ୍‌ ପରିଶ୍ରମ କଲେ ବି ସଫଳତା ହାସଲ କରିବେ। ବିବାହିତମାନେ ନିଜ ପାର୍ଟନରଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବେ।

Exit mobile version