Site icon ଆଜିକାଲି

୬ ଅପ୍ରେଲ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ– ହସ ଖୁସିର ଦିନ ଅତିବାହିତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ନେଇ କାର୍ଯ୍ୟ କରିବେ । ବ୍ୟବସାୟରେ ଅଭିବୃଦ୍ଧି ହେବ । ସନ୍ତାନଙ୍କ କାର୍ଯ୍ୟ କଳାପ ଆପଣଙ୍କୁ ଖୁସି ପ୍ରଦାନ କରିବ ।

ବୃଷ– ମନ ପ୍ରସନ୍ନ ରହିବ । ଅବସର ସମୟର ସଦ୍‌ଉପଯୋଗ କରିବେ । ବନ୍ଧୁବାନ୍ଧବଙ୍କ ଗହଣରେ ଦିନ କାଟିବେ । ବିବାହ ଭୋଜି ଆଦିରେ ଯୋଗ ଦେବେ । ଆୟ ବ୍ୟୟ ସମାନ ରହିବ ।

ମିଥୁନ– ନିଜ ଅଧିକାର ସାବ୍ୟସ୍ତ କରିବେ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଦୂର ସହରକୁ ଯାତ୍ରା କରିପାରନ୍ତି । ବିବାଦୀୟ ଘଟଣାର ଅବସାନ ଘଟିବ । ପ୍ରତ୍ୟେକଟି କାର୍ଯ୍ୟକୁ ସଫଳ ରୂପାୟନ ଦେବେ ।

କର୍କଟ– ଆର୍ଥିକ ସ୍ଥିତିରେ ଅବନତି ଦେଖାଦେବ । ସାମାନ୍ୟ ଶରୀର ପୀଡା ଭୋଗିବେ । ପଡୋଶୀଙ୍କ ଚକ୍ରାନ୍ତର ଶିକାର ହେବେ । ବିବାହ ଭୋଜି ନିମନ୍ତ୍ରଣ ଆଜି ପ୍ରତ୍ୟାଖ୍ୟାନ କରିବେ । ପାରିବାରିକ ଜଞ୍ଜାଳ ବଢିଯିବ ।

ସିଂହ– ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ । ଦିଅଁ ଦର୍ଶନର ସୌଭାଗ୍ୟ ଅଛି । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ । ଛାତ୍ରଛାତ୍ରୀ ପାଠପଢାରେ ଅବହେଳା ପ୍ରଦର୍ଶନ କରିବେ ।

କନ୍ୟା– ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ । ରୋଜଗାର ଭଲ ରହିବ । ବ୍ୟବସାୟ ଆଶାନୁରୂପକ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ ।

ତୁଳା– ଦିନଟି ଆପଣଙ୍କ ସପକ୍ଷରେ । ମାନସିକ ଓ ଶାରୀରିକ ସୁସ୍ଥତା ମିଳିବ । ଶତ୍ରୁ ପରାଜିତ ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ସୁଖଶାନ୍ତି ଭୋଗ କରିବେ ।

ବିଛା– ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସନ୍ତାନ ସନ୍ତତି ଭିତ୍ତିକ ସମସ୍ୟା ଦୂରିଭୂତ ହେବ । ମନ ପ୍ରଫୁଲ୍ଲ୍ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ଗୃହକୁ ବନ୍ଧୁ ଆଗମନ ହୋଇପାରେ ।

ଧନୁ– ଦେହ ଓ ମନ ଭଲ ରହିବ । ଉଚ୍ଚ ସମ୍ମାନ ଲାଭ କରିବେ । ଗୃହକୁ ବିବାହ ପ୍ରସ୍ତାବ ଆସିପାରେ । ଅବସର ସମୟର ସଠିକ୍ ଉପଯୋଗ କରିବେ । ନୂତନ ଦ୍ରବ୍ୟ କ୍ରୟ କରିବେ ।

ମକର– ମାନସିକ ଓ ଶାରିରୀକ ସୁସ୍ଥତା ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଶତ୍ରୁ ପରାଜିତ ହେବେ । କର୍ମ ତତ୍ପରତା ବୃଦ୍ଧି ପାଇବ । ନୂତନ ବସ୍ତ୍ରାଦି କ୍ରୟ କରିବେ ।

କୁମ୍ଭ– କର୍ତ୍ତବ୍ୟ ପରାୟଣ ହେବେ । ଉଚ୍ଚ ଆଶା ଫଳବତୀ ହେବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ ।

ମୀନ-ଦେହ ଓ ମନ ଭଲ ରହିବ । ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ବନ୍ଧୁବାନ୍ଧବ ତଥା ଜ୍ଞାତି ପରିଜନଙ୍କ ଗହଣରେ ଦିନ କାଟିବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ ।

Exit mobile version