Site icon ଆଜିକାଲି

୨୮ ଡିସେମ୍ବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ– ମେଷ ରାଶିର ବ୍ୟକ୍ତି ବିଶେଷମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ । ମନରେ ବିଶାଦ ଭାବ ସୃଷ୍ଟି ହୋଇପାରେ । ଲାଗି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିବେ। ସତସଙ୍ଗରେ ମନୋନିବେଶ କରିବେ ।

ବୃଷ– ଅଯଥା ବ୍ୟୟ ହେବା ସହିତ କିଛି ଦ୍ରବ୍ୟ କ୍ରୟ କରିପାରନ୍ତି । ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଉପୁଜିପାରେ । ଆତ୍ମବିଶ୍ୱାସର ଅଭାବ ହେବ । ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ ।

ମିଥୁନ– ସର୍ବ କାର୍ଯ୍ୟ ସିଦ୍ଧି ହେବା ସହ ମନ ପ୍ରଫୁଲ୍ଲ ରହିବ । କିଛି ନୂତନ କାର୍ଯ୍ୟ ଆରମ୍ଭ କରିବେ ଯାହା ଫଳରେ ମନ ଉତ୍ସାହିତ ରହିବ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିଛି ।

କର୍କଟ– କିଛି ଦୁଃସାହସିକ ପଦକ୍ଷେପ ନେଇପାରନ୍ତି । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ଆପଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।

ସିଂହ– ଅର୍ଥ ବିଷୟକୁ ଚିନ୍ତାରେ ରହିବେ । ମାନସିକ ଅଶାନ୍ତି ଦେଖା ଦେଇପାରେ । ଅନ୍ୟ ଲୋକଙ୍କ ବିଷୟରେ ଆଲୋଚନା କରି ସମୟ ନଷ୍ଟ କରିବେ । ପ୍ରେମ ସମ୍ପର୍କରେ ମଧୁରତା ଆସିବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନେ ସାମାନ୍ୟ ଆମନଯୋଗି ହେବେ ।

କନ୍ୟା– ସମ୍ମାନ ପ୍ରାପ୍ତିର ଯୋଗ ରହିଛି। କର୍ମ ଫଳର ପ୍ରାପ୍ତି ହେବ । ସୁଖ ସମ୍ମାନ ଲାଭର ଯୋଗ ରହିଛି । ପିତାମାତାଙ୍କଠାରୁ ଆଶୀର୍ବାଦ ପାଇବେ । ଚାକିରିରେ ଭ୍ରମଣର ସୁଯୋଗ ରହିଛି । କିଛି ନୂତନ ଦ୍ରବ୍ୟ ଲାଭ କରି ଖୁସି ଅନୁଭବ କରିବେ ।

ତୁଳା– ଅର୍ଥ ବ୍ୟୟର ଯୋଗ ରହିଛି । ଯଶ ହାନି ମଧ୍ୟ ହୋଇପାରେ । ପରିବାର ଓ କର୍ମ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ । ଜୀବନ ସାଥୀଙ୍କ ସହଯୋଗ ମିଳିବ । ବନ୍ଧୁ ମିଳନର ଯୋଗ ରହିଛି । ବ୍ୟବସାୟରେ ଆଶାନୁରୂପକ ଫଳ ପ୍ରାପ୍ତ ହେବ ନାହିଁ ।

ବିଛା– କାର୍ଯ୍ୟରେ ବିଳମ୍ବ ହେବାର ସମ୍ଭାବନା ରହିଛି । ଅର୍ଥ ବ୍ୟୟ ମଧ୍ୟ ହେବ । ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ । କିଛି ଘର କାମ ବିଷୟରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତି-ତର୍କ ହେବ ।

ଧନୁ– ମାନହାନି ହେବାର ସମ୍ଭାବନା ରହିଛି । ମନ ସାମାନ୍ୟ ଅଶାନ୍ତ ରହିବ । ନିରାଶା ଏବଂ ଅସନ୍ତୋଷ ମନରେ ରହିବ । ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । ବ୍ୟବସାୟରେ ଅସୁବିଧା ହୋଇପାରେ ସତର୍କ ରୁହନ୍ତୁ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବିଦ୍ୟାର୍ଥୀମାନେ ଅମନଯୋଗୀ ହେବେ।

ମକର– ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଉତ୍ତମ ରହିଛି । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ବ୍ୟବସାୟ ପାଇଁ ଭ୍ରମଣ ସଫଳ ହେବ । ବ୍ୟବସାୟରେ ବୃଦ୍ଧି ଘଟିବ । ଲାଭ ପାଇଁ ମଧ୍ୟ ସୁଯୋଗ ରହିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଦ୍ୟାର୍ଥୀମାନେ ଲାଭବାନ ହେବେ ।

କୁମ୍ଭ– କାର୍ଯ୍ୟରେ ହାନି ଘଟିବ । ଅର୍ଥ ବ୍ୟୟର ଯୋଗ ରହିଛି । ନିରାଶା ଏବଂ ଅସନ୍ତୋଷ ମନରେ ରହିବ । ମନ ଅସ୍ଥିର ରହିବ ।ପରିବାରରେ ଅନାବଶ୍ୟକ ଯୁକ୍ତିରୁ ଦୂରେଇ ରୁହନ୍ତୁ । ଶିକ୍ଷାଗତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ବାଧା ଆସିପାରେ । ଆୟ ହ୍ରାସ ହେବ ।

ମୀନ– କର୍ମ ଫଳ ପ୍ରାପ୍ତ ହେବ । ନୂଆ ଚାକିରି ଆପଣଙ୍କ ହାତ ପାଖରେ ପହଞ୍ଚିବ। ଅଧିକ ପରିଶ୍ରମ ହେଲେ ମଧ୍ୟ ତାହା ଫଳପ୍ରଦ ହେବ । ଶିକ୍ଷା କ୍ଷେତ୍ରରେ ମାନସିକ ବିକାଶ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

Exit mobile version