Site icon ଆଜିକାଲି

୧୮ ଜାନୁଆରୀ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ- ଅନେକ ଦିନରୁ ଲାଗି ରହିଥିବା ଦେହ ପିଡାରୁ ମୁକ୍ତ ରହିବେ । କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । ବାହାନ କିଣିବା ଲାଗି ଆଗ୍ରହ ବଢିବ । ଚାକିରିରେ ପଦୋନ୍ନତି ମିଳିପାରେ । କୌଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ ।

ବୃଷ- ବ୍ୟବସାୟରେ ଉନ୍ନତି କରିବେ । ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ସମନ୍ୱୟ ବିଘ୍ନ ଆଣିପାରେ କିନ୍ତୁ ପରିସ୍ଥିତି ଧୀରେ ଧୀରେ ଭଲ ରହିବ । ଜମିବାଡିକୁ ନେଇ ଝାମେଲା ଦେଖାଦେଇପାରେ । ରାଜନୀତି କ୍ଷେତ୍ରରେ ତଳିଆ କର୍ମୀଙ୍କ ସହଯୋଗ ପାଇବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ ।

ମିଥୁନ- କୌଣସି କାମରେ ଯଥେଷ୍ଟ ଲାଭ ହେବ । ପିତା ମାତା ନିଜ ସନ୍ତାନଙ୍କ ବିବାହ ପାଇଁ ଯୋଜନା କରି ପାରନ୍ତି । ପ୍ରେମ ମନ ଭାବନାରେ ହଠାତ୍ ଆଶୁଥିବା ପରିବର୍ତନ ଆପଣଙ୍କୁ ନିରାଶ କରିପାରେ । ଅଧାରୁ ଛାଡିଦେଇଥିବା ବ୍ୟବସାୟକୁ ପୁନର୍ବାର ଆରମ୍ଭ କରିବେ ।

କର୍କଟ- ସୁସ୍ଥ ଅନୁଭବ କରିବେ । ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ । ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ । କୌଣସି ବିଶେଷ ଖବର ମିଳିବାର ଯୋଗ ଅଛି । ଜମି ଏବଂ ସମ୍ପତ୍ତି ସହ ଜଡିତ ସମସ୍ୟା ଗୁଡିକରେ ଅସୁବିଧା ହେବାର ସମ୍ଭାବନା ଅଛି ।

ସିଂହ- ବ୍ୟବସାୟୀଙ୍କୁ ଲାଭ ମିଳିବ । ନିଜର ବିଚାରକୁ ସ୍ପଷ୍ଟ ରୂପେ ବ୍ୟକ୍ତ କରନ୍ତୁ । ପାରିବାରିକ ମାଙ୍ଗଳିକ କାର୍ଯ୍ୟର ସୂଚନା ମିଳିବ । ଭୂ ସମ୍ପତ୍ତି କିଣିବା ପୂର୍ବରୁ ଶୁଭ ମୁହୂର୍ତ ଦେଖନ୍ତୁ । ଅଧିକ ଭାବୁକ ହେଲେ ମନ ଅଶାନ୍ତି ରହିବ । ଯାତାୟତ ବେଳେ ସତର୍କ ରୁହନ୍ତୁ ।

କନ୍ୟା- ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ହେବ। ପ୍ରେମ ଏବଂ ପରିବାରର ବିକାଶରେ ଆଗ୍ରହ ହରାଇବାର ସମ୍ଭାବନା ରହିିଛି । ବ୍ୟବସାୟରେ ଅନେକ ବାଧାବିଘ୍ନ ର ସମ୍ମୁଖୀନ ହେବା ପରେ ସଫଳତା ପାଇବେ । ରାଜନୈତିକ ସମର୍ଥନ ପାଇବେ ।

ତୁଳା- ଯେଉଁ କାମରେ ହାତ ଦେଲେ ମଧ୍ୟ ନିଶ୍ଚିତ ସଫଳତା ପାଇବେ । ପାରିବାରିକ ଅଶାନ୍ତି ଓ ଅର୍ଥାଭାବର ସାମ୍ନା କରିବାକୁ ପଡିପାରେ। ରାଜନୈତିକ କ୍ଷେତ୍ରରେ ବିବାଦିୟ ପରିସ୍ଥିତି ଦେଖାଦେଇ ପାରେ । ଆର୍ଥିକ ଦୃଷ୍ଟିରୁ, ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି ।

ବିଛା- କର୍ମ କ୍ଷେତ୍ରରେ ଅବାଞ୍ଛିତ ଉତ୍ତେଜନା ଏବଂ ଚିନ୍ତାର ସମ୍ମୁଖୀନ ହୋଇପାରନ୍ତି । ଛାତ୍ର ଛାତ୍ରୀ ମାନେ ନିଜ କ୍ୟାରିୟର କୁ ନେଇ ଚିନ୍ତିତ ରହିବେ । ଭାଗୀଦାରି ବ୍ୟବସାୟରେ ସମସ୍ୟା ଦେଖାଦେଇପାରେ । ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିତି ବିଗାଡ଼ି ଦେଇପାରେ।

ଧନୁ- ଖାଦ୍ୟ,ପ୍ରତି ସଜାଗ ରୁହନ୍ତୁ । ବୃତିଗତ ଧନ୍ଦାରୁ ବୈଷୟିକ ଅଭିବୃଦ୍ଧି ଘଟିବ । ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ । ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ । ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ ।

ମକର- ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୌଭାଗ୍ୟ ପ୍ରଦାନ କରିବ । ବିବାହ ଜୀବନରେ ପ୍ରେମ ବଢିପାରେ । ସ୍ଥଗିତ କାର୍ଯ୍ୟ ପୁନର୍ବାର ସମାପ୍ତ କରିବେ । ଶିକ୍ଷା ସହ ଜଡିତ କିଛି ଅସୁବିଧା ସାମ୍ନା କରିବାକୁ ପଡିବ । ଭୂମି କ୍ରୟର ସୁଯୋଗ ଆସିପାରେ ।

କୁମ୍ଭ-କର୍ମ କ୍ଷେତ୍ରରେ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ପାରିବାରିକ ଜୀବନ ଶାନ୍ତିମୟ ହେବ । ଶାରିରୀକ ଦୁର୍ବଳତାରୁ ମୁକ୍ତି ପାଇବେ । ସମ୍ପତ୍ତି ବଢାଇବାର ଯୋଜନା ସଫଳ ହେବ । ପ୍ରଭାନଶାଳୀ ଲୋକଙ୍କ ସହେଯାଗରେ

ମୀନ- ଯେଉଁ କାମ କରିବେ ତାହା ମନ ମୁତାବକ ସମ୍ପର୍ଣ୍ଣ ହେବ । ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି । ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ କରିବେ । ଗୃହିଣୀ ମାନେ କର୍ତ୍ତବ୍ୟ ପରାୟଣ ରହିବେ । ପଢାପଢି ଓ ପରୀକ୍ଷାରେ ସଫଳତା ପାଇବେ ।

Exit mobile version