Site icon ଆଜିକାଲି

୧୩ ଜୁଲାଇ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ମନରେ ଅଜ୍ଞାତ ଭୟ ବାସ କରିବ। ଶିକ୍ଷା ସମ୍ବନ୍ଧରେ ଏକ ଖୁସି ଖବର ମିଳିବ। ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରେମୀ ଠାରୁ ବହୁତ କିଛି ଆଶା କରିବା ବ୍ୟର୍ଥ।

ବୃଷ: ଧାର୍ମିକ ଏବଂ ଆର୍ଥିକ ମାମଲାରେ ସଫଳତା ମିଳିବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ଜୀବନରେ କିଛି ଚ୍ୟାଲେଞ୍ଜ ଆସିବାର ସମ୍ଭାବନା ଅଛି।

ମିଥୁନ: ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ, ତଥାପି ମନ ବିବ୍ରତ ରହିବ। ବନ୍ଧୁତା ସମ୍ପର୍କ ଦୃଢ଼ ହେବ। ଅନ୍ୟମାନଙ୍କଠାରୁ ସହଯୋଗ ନେବାରେ ସଫଳ ହେବେ।

କର୍କଟ: ସୃଜନଶୀଳ ପ୍ରୟାସ ଫଳପ୍ରଦ ହେବ। ବହୁ ପ୍ରତୀକ୍ଷିତ କାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ପ୍ରେମ ସମ୍ବନ୍ଧରେ ଦିନଟି ବହୁତ ଭଲରେ କଟିବ।

ସିଂହ: ରଚନାତ୍ମକ କାର୍ଯ୍ୟରେ ସଫଳ ହେବେ। ଆଖି ଏବଂ ପେଟଜନିତ ରୋଗକୁ ନେଇ ସଚେତନ ରୁହନ୍ତୁ। ରାଜନୈତିକ ଅଭିଳାଷ ପୂରଣ ହେବ। ବୈଦ୍ଧିକ ଆଲୋଚନା କରିବେ।

କନ୍ୟା: ନିଜ ଲୋକଠାରୁ ଚାପ ମିଳିପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ରହିଛି। ବ୍ୟବସାୟିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଚାକିରି ସ୍ଥିତିରେ ସୁଧାର ଆସିବ।

ତୁଳା: ବୁଦ୍ଧି, କୌଶଳ ସହିତ କରାଯାଇଥିବା କାର୍ଯ୍ୟ ସମାପ୍ତ ହେବ। ସୃଜନଶୀଳ ପ୍ରୟାସ ଫଳପ୍ରଦ ହେବ। ପାରିବାରିକ ଦାୟିତ୍ୱଗୁଡିକ ପୂରଣ ହେବ।

ବିଛା: ଆର୍ଥିକ ଦିଗ ମଜଭୁତ ହେବ। ପରିବାରର ଘନିଷ୍ଠତା ବଢ଼ିବ। ସନ୍ତାନ କିମ୍ବା ଶିକ୍ଷା କାରଣରୁ ଚିନ୍ତିତ ରହିବେ। ଶିଶୁର ସଫଳତାରୁ ଖୁସି ମିଳିବ। ଜୀବନସାଥୀଙ୍କ ସହଯୋଗ ରହିବ।

ଧନୁ: ଶିକ୍ଷା ଦିଗରେ ଚାଲିଥିବା ପ୍ରୟାସ ସାର୍ଥକ ହେବ। ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଆପଣଙ୍କ ଯୋଜନା ସଫଳ ହେବ।

ମକର: ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଉପହାର କିମ୍ବା ସମ୍ମାନ ମିଳିବ। ଆଜି ଆପଣଙ୍କ ଦିନ ଠିକ୍‌ଠାକ୍‌ ରହିବ। ପୁରୁଣା କଥା ଭାବି ଚିନ୍ତିତ ରହିବେ।

କୁମ୍ଭ: ପାରିବାରିକ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। କୌଣସି କାର୍ଯ୍ୟ ସମାପ୍ତ ହେବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବ। ସନ୍ତାନଙ୍କ ସାହାଯ୍ୟରେ ବଡ଼ କାମ ସମାପ୍ତ ହେବ।

ମୀନ: ପାରିବାରିକ ଦାୟିତ୍ୱ ପୂରଣ ହେବ। ଆର୍ଥିକ ଯୋଜନା ଫଳପ୍ରଦ ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଆଜି ନିଜର ଜିନିଷକୁ ସମ୍ଭାଳି ରଖନ୍ତୁ।

Exit mobile version