Site icon ଆଜିକାଲି

୨୨ ଜୁନ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। କ୍ୟାରିୟରରେ ଉନ୍ନତି କରିବେ। ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ। ଧନ ବୃଦ୍ଧି ହେବ।

ବୃଷ: ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। କୌଣସି ବଡ଼ କମ୍ପାନୀ ସହ ପାର୍ଟନରସିପ୍‌ କରିବାକୁ ମଉକା ମିଳିବ। ଜୀବନସାଥୀ ଖୁସି ରହିବେ।

ମିଥୁନ: ପିଲାମାନଙ୍କ ମନ ପାଠପଢ଼ାରୁ ହଟିପାରେ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ନୂଆ ଶିଖିବାର ଅବସର ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ବିଦ୍ୟାର୍ଥୀମାନେ ପାଠପଢ଼ାରେ ଅଧିକ ପରିଶ୍ରମ କରିବେ। ଅନ୍ୟର ମାମଲାରେ ନିଜର ରାୟ ଦିଅନ୍ତୁ ନାହିଁ। ଆଜିର ଦିନ ମିଶ୍ରିତ ରହିବ।

ସିଂହ: ଆଜିର ଦିନ ଆପଣଙ୍କ ପାଇଁ ଖାସ୍‌ ରହିବ। ଆଜି ନିଜକୁ ଆର୍ଥିକ ରୂପେ ମଜଭୁତ କରିବେ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ।

କନ୍ୟା: ଆଜି ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। କୌଣସି ସାମାଜିକ ସମାରୋହରେ ଭାଗ ନେଇପାରନ୍ତି। ଘରକୁ ସମ୍ପର୍କୀୟ ଆସିବେ।

ତୁଳା: ଯଦି ଆପଣ କେଉଁଠି ପଇସା ନିବେଶ କରିବାକୁ ଚାହୁଁଛନ୍ତି, ଆଜିର ଦିନଟି ଭଲ। କୌଣସି କାମରେ ଅଫିସ୍‌ରେ ଅଧିକ ସମୟ ପର୍ଯ୍ୟନ୍ତ ଅଟକିବେ।

ବିଛା: ଆଜି ଛୋଟ ଛୋଟ କଥାରେ ଖୁସି ଖୋଜିବାକୁ ଚେଷ୍ଟା କରିବେ। ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଦୃଢ଼ ହେବ।

ଧନୁ: ଆଜିର ଦିନ ଖୁସିରେ ଭରିଯିବ। ଦୋକାନୀଙ୍କର ଭଲ ରୋଜଗାର ହେବ। ଆପଣ ଯେଉଁ କାମରେ ହାତ ଦେବେ, ସେଥିରେ ନିଶ୍ଚୟ ସଫଳ ହେବେ।

ମକର: କାର୍ଯ୍ୟରେ ସଫଳ ହେବେ। ଜୀବନସାଥୀ ଆପଣଙ୍କ କଥାକୁ ବୁଝିବାକୁ ଚେଷ୍ଟା କରିବେ। କଠିନ ପରିସ୍ଥିତିରେ ମଧ୍ୟ ଆପଣ ଠିକ୍‌ ନିର୍ଣ୍ଣୟ ନେବେ।

କୁମ୍ଭ: ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ହେବାକୁ ଯାଉଛି। ଆଜି ଜୀବନସାଥୀଙ୍କ ତରଫରୁ କୌଣସି ଶୁଭ ସମାଚାର ମିଳିପାରେ।

ମୀନ: ଆପଣଙ୍କ ଆର୍ଥିକ ସମସ୍ୟାଗୁଡ଼ିକର ସମାଧାନ ହେବ। କୌଣସି ମିତ୍ର ଆପଣଙ୍କୁ ସାହାଯ୍ୟ କରିବେ। ପରିବାର ସହିତ ସମୟ ବିତାଇବେ।

Exit mobile version