ମେଷ: ଚାକିରିରେ ଅଫିସରମାନଙ୍କ ସହଯୋଗ ମିଳିବ, କିନ୍ତୁ ସ୍ଥାନ ପରିବର୍ତ୍ତନ ହୋଇପାରେ। ଖର୍ଚ୍ଚ ବୃଦ୍ଧି ହେବ। ମା’ଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ।
ବୃଷ: ମାନସିକ ଶାନ୍ତି ରହିବ। ଆତ୍ମବିଶ୍ୱାସରେ ଅଭାବ ରହିବ। ମା’ଙ୍କ ସହଯୋଗ ମିଳିବ। କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ସାଙ୍ଗଙ୍କୁ ଭେଟିପାରନ୍ତି।
ମିଥୁନ: ଆତ୍ମସଂଯତ ରୁହନ୍ତୁ। ଅଯଥା କ୍ରୋଧ ଏବଂ ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କାରବାରରେ ବୃଦ୍ଧି ହେବ।
କର୍କଟ: ନିଜ ଭାବନାକୁ କାବୁରେ ରଖନ୍ତୁ। ପରିବାରର ସମର୍ଥନ ପାଇବେ। ଧର୍ମ ପ୍ରତି ଶ୍ରଦ୍ଧାଭାବ ରହିବ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ।
ସିଂହ: ବ୍ୟବସାୟରୁ ଆୟ ବୃଦ୍ଧି ହୋଇପାରେ। ଆତ୍ମସଂଯତ ରୁହନ୍ତୁ। କ୍ରୋଧଠାରୁ ଦୂରେଇ ରୁହନ୍ତୁ। ସାଙ୍ଗ ସହିତ ଯାତ୍ରା କରିପାରନ୍ତି। ଖର୍ଚ୍ଚ ଅଧିକ ହେବ।
କନ୍ୟା: ମାନ ସମ୍ମାନ ପ୍ରାପ୍ତି ହେବ। ଉପହାରରେ ବସ୍ତ୍ର ମିଳିପାରେ। ମାନସିକ ଚିନ୍ତା ବଢ଼ିପାରେ। ମନ ଅଶାନ୍ତ ରହିବ। ମିତ୍ରଙ୍କ ଆଗମନ ହୋଇପାରେ।
ତୁଳା: ଆତ୍ମବିଶ୍ୱାସରେ ଅଭାବ ରହିବ। ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ। ଭାଇ, ଭଉଣୀଙ୍କ ସହଯୋଗ ମିଳିବ। ବିଦେଶ ଯାତ୍ରାର ଯୋଗ ରହିଛି।
ବିଛା: କୌଣସି ପୁରୁଣା ମିତ୍ରଙ୍କ ସହିତ ପୁନଃ ସମ୍ପର୍କ ସ୍ଥାପନ ହୋଇପାରେ। ଶୈକ୍ଷିକ କାର୍ଯ୍ୟରେ ସଫଳ ରହିବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
ଧନୁ: ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ପାଠପଢ଼ା ପ୍ରତି ରୁଚି ବଢ଼ିବ। ପରିବାରର ସହଯୋଗ ମିଳିବ।
ମକର: ବୌଦ୍ଧିକ କାର୍ଯ୍ୟରୁ ଆୟ ବୃଦ୍ଧି ହୋଇପାରେ। ମାନ ସମ୍ମାନ ପ୍ରାପ୍ତି ହେବ। ଆଳସ୍ୟ ଅଧିକ ହୋଇପାରେ। ମିତ୍ରଙ୍କ ସହ ମତଭେଦ ହୋଇପାରେ।
କୁମ୍ଭ: କାରବାରରେ ବୃଦ୍ଧି ହେବ। ପରିଶ୍ରମ ଅଧିକ ରହିବ। କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ଥ ହେବ।
ମୀନ: ବ୍ୟବସାୟରେ ପରିବର୍ତ୍ତନର ଯୋଗ ରହିଛି। ପରିବାରର ସାଥ୍ ମିଳିବ। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ଅତିରିକ୍ତ କ୍ରୋଧରୁ ଦୂରେଇ ରୁହନ୍ତୁ।