Site icon ଆଜିକାଲି

୨୩ ନଭେମ୍ବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ – ଦ୍ଵାଦଶ ଚନ୍ଦ୍ର ଯୋଗୁଁ ବ୍ୟୟ ଯୋଗ ରହିଛି । ପଥରୋଧ ହୋଇପାରେ । ଉଧାର ଦିଅନ୍ତୁ ନାହିଁ । ବନ୍ଧୁ ମାନଙ୍କ ସହ ମନ ମାଳିନ୍ୟ ଘଟିପାରେ । ବିବାଦୀୟ ପରିସ୍ଥିତି ଉପୁଜିପାରେ । ବୈବାହିକ ଜୀବନ ଜଞ୍ଜାଳମୟ ହେବ। ଛାତ୍ର ଛାତ୍ରୀ ମାନେ ଅବହେଳିତ ହେବେ ।

ବୃଷ – କାର୍ଯ୍ୟ କ୍ଷେତ୍ରରେ ଆସନ୍ତାକାଲି ଆପଣଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବ । ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ଧନ ସଂପତ୍ତିରେ ବୃଦ୍ଧି ଘଟିବ। ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ର ଛାତ୍ରୀମାନେ ଅଧିକ ପଢିବାକୁ ଇଛୁକ ହେବେ । ବ୍ୟବସାୟରେ ଦେଖି ରଖି କାର୍ଯ୍ୟ କରନ୍ତୁ ।

ମିଥୁନ – ନିଜ କାର୍ଯ୍ୟ ଦକ୍ଷତାର ବୃଦ୍ଧି ଘଟିବ । କାର୍ଯ୍ୟ କ୍ଷେତ୍ର ରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ। ବ୍ୟାଙ୍କରୁ ଋଣ ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଆଜି ସମାଧାନ ହୋଇପାରିବ । ଅଟକି ରହିଥିବା ଟଙ୍କା ମଧ୍ୟ ଫେରି ଆସିପାରେ ।

କର୍କଟ – ଅନ୍ୟ ପ୍ରତି ଉଦାର ମୋଭବ ସୃଷ୍ଟି ହେବ । ମନରେ ସାମାନ୍ୟ ବିଷ ସୃଷ୍ଟି ହୋଇ ପାରେ । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢିବ ।

ସିଂହ – ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଆୟ ଠାରୁ ବ୍ୟୟ ଅଧିକ ହେବ । ଅଙ୍ଗରେ ଆଘାତ ଲାଗିପାରେ । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ ।

କନ୍ୟା – ବନ୍ଧୁ ମିଳନର ଯୋଗ ରହିଛି । ଇଛା କରିଥିବା କାର୍ଯ୍ୟ ସଫଳତା ସହ ସଂପୂର୍ଣ୍ଣ ହେବ । ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେବେ ।

ତୁଳା – ଗୁରୁବାର ଦିନଟିରେ ଅଧିକ ଦାନ ଉପାର୍ଜନର ସମ୍ଭାବନା ରହିଛି । ଆଶା ଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନେ ପରିଶ୍ରମ ର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ । କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ ।

ବିଛା – ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖା ଦେବ । ମାନସିକ ଚିନ୍ତା ବୃଦ୍ଧି ପାଇବ। କ୍ଷମାରେ ହାନି ଘଟି ପାରେ। ଅସମ୍ମାନିତ ହୋଇ ପାରନ୍ତି ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସତର୍କ ରୁହନ୍ତୁ । ଚାକିରିରେ କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । କଠିନ ପରିଶ୍ରମ ଅଧିକ ହେବ । ଖର୍ଚ୍ଚ ବୃଦ୍ଧି ପାଇବ ।

ଧନୁ – ଧନୁ ରାଶିରେ ଘାତ ଚନ୍ଦ୍ର । ଶାରୀରିକ ସମସ୍ୟା ଦେଖା ଦେବ । ଅଙ୍ଗରେ ଆଘାତ ଲାଗିବ । ନିରାଶା ଏବଂ ଅସନ୍ତୋଷ ମନରେ ରହିବ । ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । ବ୍ୟବସାୟରେ ଅସୁବିଧା ହୋଇପାରେ ସତର୍କ ରୁହନ୍ତୁ । ବିଦ୍ୟାର୍ଥୀ ମାନେ ଅମନଯୋଗୀ ହେବେ ।

ମକର – ମନରେ ଉଚ୍ଚ ଆଶା ଭରି ରହିବ । ସମ୍ମାନ ପ୍ରାପ୍ତି ହୋଇ ପାରେ। ଭ୍ରମଣର ଯୋଗ ରହିଛି। ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ। ଭାବନାକୁ ନିଜ ନିଆନ୍ତ୍ରଣ ରେ ରଖନ୍ତୁ। ବିଦ୍ୟାର୍ଥୀ ମାନେ ଖୁସି ଖବର ପାଇବେ ।

କୁମ୍ଭ – ଅଧୈର୍ଯ୍ୟ ହୋଇ କିଛି ଭୁଲ ନିଷ୍ପତି ନେବେ। ଅର୍ଥ ବ୍ୟୟ ହେବ । ବିପଦପୂର୍ଣ୍ଣ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତୁ । ଭଲ ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ । ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ହେବ । ବିଦ୍ୟାର୍ଥୀ ମାନେ ଆମାନଯୋଗୀ ହେବେ ।

ମୀନ – ମୀନ ରାଶିକୁ ଶ୍ରୀ ଚନ୍ଦ୍ର । ଇଚ୍ଛା କରିଥିବା ବସ୍ତୁ ବା ଦ୍ରବ୍ୟକୁ ଲାଭ କରିବେ। ରାଜନୀତିରେ ପଦୋନ୍ନତିର ଯୋଗ ରହିଛି । ନୂଆ ଚାକିରି ଆଜି ଆପଣଙ୍କ ହାତ ପାଖରେ ପହଞ୍ଚିବ। ଶିକ୍ଷା କ୍ଷେତ୍ରରେ ମାନସିକ ବିକାଶ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

Exit mobile version