Site icon ଆଜିକାଲି

୭ ସେପ୍ଟେମ୍ବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ମନ ଅସ୍ଥିର ରହିବ। ଚାକିରିରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଖର୍ଚ୍ଚ ବୃଦ୍ଧି ପାଇବ। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ। ସମ୍ମାନ ବୃଦ୍ଧି ପାଇବ।

ବୃଷ: ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ବୌଦ୍ଧିକ କାର୍ଯ୍ୟରେ ସମ୍ମାନ ପାଇବେ। ଆୟର ଉତ୍ସ ବଢ଼ିପାରେ। ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ: ଶାନ୍ତ ରୁହନ୍ତୁ। ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ। ଅଫିସ୍‌ରେ ଅଧିକାରୀଙ୍କଠାରୁ ସମର୍ଥନ ପାଇବେ। ଆୟ ବୃଦ୍ଧି ପାଇବ। ମାନସିକ ଶାନ୍ତି ରହିବ।

କର୍କଟ: ଚାକିରିରେ ପଦୋନ୍ନତି ସୁଯୋଗ ରହିଛି। ପଠନ ପ୍ରତି ରୁଚି ବଢ଼ିବ। କାର୍ଯ୍ୟ ପ୍ରତି ଜୋଶ୍‌ ଏବଂ ଉତ୍ସାହ ରହିବ। ଭାଇଭଉଣୀଙ୍କ ସହଯୋଗ ମିଳିବ। ଲାଭ ସୁଯୋଗ ରହିଛି।

ସିଂହ: ଅତ୍ୟଧିକ ଖର୍ଚ୍ଚ ହେବ। ମା’, ବାପାଙ୍କ ସମର୍ଥନ ପାଇବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ଆତ୍ମସଂଯତ ରୁହନ୍ତୁ। ବ୍ୟବସାୟରୁ ଲାଭ ହୋଇପାରେ।

କନ୍ୟା: ମନ ଖୁସି ରହିବ। ଅଧ୍ୟୟନ ପ୍ରତି ଆଗ୍ରହ ବଢ଼ିବ। ଶୈକ୍ଷିକ କାର୍ଯ୍ୟରେ ସଫଳତା ପାଇବେ। ଦାମ୍ପତ୍ୟ ସୁଖ ବୃଦ୍ଧି ପାଇବ। କଥାବାର୍ତ୍ତାରେ ଭଦ୍ରତା ରହିବ।

ତୁଳା: ଅଯଥା କ୍ରୋଧରୁ ଦୂରେଇ ରୁହନ୍ତୁ। ଧୌର୍ଯ୍ୟବାନ୍‌ ହୁଅନ୍ତୁ। ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। ଖର୍ଚ୍ଚ ବଢ଼ିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ।

ବିଛା: ମନ ପ୍ରସନ୍ନ ରହିବ। କାର୍ଯ୍ୟରେ ସଫଳତା ପାଇବେ। ପୋଷାକ ଉପରେ ଖର୍ଚ୍ଚ ବଢ଼ିପାରେ। କଥାବାର୍ତ୍ତାରେ ଭଦ୍ରତା ରହିବ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ।

ଧନୁ: କ୍ରୋଧରୁ ଦୂରେଇ ରୁହନ୍ତୁ। ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚିକିତ୍ସା ଖର୍ଚ୍ଚ ବଢ଼ିପାରେ। ମା’ଙ୍କ ସମର୍ଥନ ପାଇବେ। ପରିବାରରେ ଧାର୍ମିକ ହୋଇପାରେ। ମାନସିକ ଶାନ୍ତି ରହିବ।

ମକର: ମନରେ ଆତ୍ମବିଶ୍ୱାସ ରହିବ। ଅଫିସ୍‌ରେ ଅଯଥା ବିତର୍କରୁ ଦୂରେଇ ରୁହନ୍ତୁ। ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ପାଇବ। ସାଙ୍ଗମାନଙ୍କ ସମର୍ଥନ ପାଇବେ। ଲାଭ ଯୋଗ ଅଛି।

କୁମ୍ଭ: ବାଣୀରେ ମଧୁରତା ରହିବ। ପରିବାରରେ ସମ୍ମାନ ପାଇବେ। ମିଠା ଖାଦ୍ୟ ପ୍ରତି ରୁଚି ବଢ଼ିବ। ଖର୍ଚ୍ଚ ବୃଦ୍ଧି ପାଇବ। ବାପାଙ୍କ ସହଯୋଗ ଏବଂ ସମର୍ଥନ ପାଇବେ।

ମୀନ: ମନ ଖୁସି ରହିବ। ପାରିବାରିକ ଜୀବନ ସୁଖମୟ ହେବ। କ୍ରୋଧ ଅତ୍ୟଧିକ କରିପାରନ୍ତି। ଜଣେ ସାଙ୍ଗ ସହିତ ବିବାଦ ଉପୁଜିପାରେ। ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିପାରେ।

Exit mobile version