Site icon ଆଜିକାଲି

ରାଉତରଙ୍ଗା ଗାଁ ନିକଟରେ ମହାବଳ ପାଦ ଚିହ୍ନ ଠାବ

ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ନିକଟ ଇନ୍ଦୁପୁର, ଅଣ୍ଡରୁଗୁଡା, ରାଉତରଙ୍ଗା ଗାଁ ନିକଟରେ ମହାବଳ ବାଘର ପାଦ ଚିହ୍ନ ଠାବ । ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ। ଗତକାଲି ଗୁଡାରି ବ୍ଲକ କଦମା ପଂଚାୟତର ମେରେଣ୍ଡା ନିକଟସ୍ଥ ନଦୀ ବାଲି ଶଯ୍ୟାରେ ଏକ ବାଘର ପାଦ ଚିହ୍ନ ଠାବ କରିଥିଲା ବନ ବିଭାଗ।

ଆଜି ପୁଣି ପଦ୍ମପୁର୍ ଅଞ୍ଚଳରେ ବାଘର ପାଦଚିହ୍ନ ଠାବ ହୋଇଛି। ବାଘର ପାଦ ଚିହ୍ନ ଦେଖିବା ପରେ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ଲୋକଙ୍କୁ ସତର୍କ କରାଯାଇଛି। ଏଥିସହ ଗୁଡାରି ଏବଂ ଗଜପତି ଜିଲ୍ଲା ମୋହନା ବନ ବିଭାଗର ୪ ଜଣିଆ ଟିମ ଗାଁ ଗାଁ ବୁଲି ସଭା କରିବା ସହ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରୁଛନ୍ତି।

Exit mobile version