Site icon ଆଜିକାଲି

ବାଘ ଆତଙ୍କ : କେନ୍ଦୁଝର ଅଟେଇ ସଂରକ୍ଷିତ ଜଙ୍ଗଲକୁ ପ୍ରବେଶ ମନା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଅଟେଇ ସଂରକ୍ଷିତ ଜଙ୍ଗଲକୁ ଲୋକଙ୍କ ପ୍ରବେଶ ବାରଣ କରାଯାଇଛି। ଜଙ୍ଗଲକୁ ନିଜେ ନ ଯିବା ସହ ଗୃହପାଳିତ ପଶୁ ନ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଘଟଗାଁ ରେଞ୍ଜର। ୩ଟି ପଞ୍ଚାୟତ ସରପଞ୍ଚଙ୍କୁ ଚିଠି ଲେଖି ପ୍ରବେଶ ବାରଣ କରିଛନ୍ତି ଘଟଗାଁ ରେଞ୍ଜର ।

ବଡ଼ଜାମୁପଶି, ଉପରଡିହା, ଆନନ୍ଦପୁର ଡିଭିଜନ କୋଳିମାଟି ପଞ୍ଚାୟତକୁ ଚିଠି ରେଞ୍ଜର ଚିଠି ଲେଖିଛନ୍ତି। କୌଣସି କ୍ଷତି ହେଲେ କ୍ଷତିପୂରଣ ମିଳିବ ନାହିଁ ବୋଲି ସେ ଜଣାଇଛନ୍ତି। ଜଙ୍ଗଲରେ ବାଘ ନିୟମିତ ମଇଁଷି ମାରି ଖାଉଥିବାରୁ ଏପରି ନିର୍ଦ୍ଦେଶ ଦିଆଯାଇଛି।

Exit mobile version