Site icon ଆଜିକାଲି

ଜଳମଡ଼େଇ ଗାଁରେ ପୁଣି ବାଘ ଆତଙ୍କ, ବୃଦ୍ଧାଙ୍କ ପରେ ବାଛୁରୀକୁ ଶିକାର

ନୂଆପଡା: ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ସୋସେଙ୍ଗ ପଞ୍ଚାୟତ ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ଘରୁ ଟାଣି ଖାଇବା ପରେ ମଙ୍ଗଳବାର ଏକ ବାଛୁରୀ ଶିକାର କରିଛି ବାଘ । ଗାଁ ଭିତରକୁ ପଶି ଗୁହାଳରେ ବାଛୁରୀକୁ ମାରିଛି ।

ରାତିସାରା ଗାଁ ଚାରିପାଖେ ବାଘ ପଇଁତରା ମାରୁଛି ଏବଂ ସୁଯୋଗ ଦେଖି ଶିକାର କରୁଛି । ବାଘର ହେଣ୍ଡାଳରେ ଜଳମଡ଼େଇ ଏବଂ ଏହା ଆଖପାଖ ଗ୍ରାମବାସୀ ଥରହର ହେଉଛନ୍ତି । ବାଘ ଆକ୍ରମଣ ପରେ ଏବେ ବନ୍ୟପ୍ରାଣୀ ବିଭାଗର ସ୍ବତନ୍ତ୍ର ଦୃଷ୍ଟିରେ ରହିଛି ଜଳମଡେଇ ଗାଁ । ସେହିପରି ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ମହୁଲ ଡଙ୍ଗରରେ ୧୦ଟି ଟ୍ରାକିଂ କ୍ୟାମେରା ଲଗାଇଛି ।

Exit mobile version