Site icon ଆଜିକାଲି

ଡିମ୍ବିରିପଙ୍କାଳ ଗାଁରେ ବାଘ ଆତଙ୍କ, ଭୟଭୀତ ଲୋକେ

ମୋହନା : ଗଜପତି ଜିଲ୍ଲା ମୋହନା ବନାଞ୍ଚଳ ମଳାସପଦର ପଞ୍ଚାୟତ ଡିମ୍ବିରିପଙ୍କାଳ ଗାଁରେ ବାଘ ଆତଙ୍କ । ଗାଁରେ କଲରାପତରିଆ ବାଘ ବୁଲୁଥିବା ସୂଚନା । ଘଟଣାସ୍ଥଳରେ ବନବିଭାଗର ଅନୁଧ୍ୟାନ ଜାରି ରଖିଛି ।

ଖବର ଅନୁଯାୟୀ, ଗାଁ ଲୋକେ ମକା କିଆରୀରେ ଥିବା ବେଳେ ବାଘ ଦେଖି ଭୟରେ ଦୌଡି ପଳାଇ ଆସିଥିଲେ । ଏହାପରେ ବାଲିରେ ବାଘ ପାଦ ଚିହ୍ନ ଦେଖି ବନବିଭାଗକୁ ସୂଚନା ଦେଇଥିଲେ । ମୋହନ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଶୋଇ, ବନପାଳ ଦେବାଶିଷ ଶତପଥୀ ଏବଂ ଟିମ୍‌ ପହଞ୍ଚି ପାଦ ଚିହ୍ନ ଯାଞ୍ଚ କରିଥିଲେ । ତେବେ ଯାଞ୍ଚ ପରେ ଏହା କଲରାପତରିଆ ବାଘର ପାଦ ଚିହ୍ନ ବୋଲି ଅନୁମାନ କରାଯାଉଛି । ସେହି ଅଞ୍ଚଳରେ ବହୁ ଦିନ ହେଲା ଦୁଇଟି କଲରାପତରିଆ ବାଘ ଥିବା ବନ ବିଭାଗ ସୂଚନା ଦେଇଛି । ତେଣୁ ସଂଧ୍ୟା ପୂର୍ବରୁ ଘରକୁ ଫେରିବା ସହ ଗାଈ ଗୋରୁକୁ ଗୋଟିଏ ଜାଗାରେ ବାନ୍ଧି ରଖିବା ସହ ଘର ନବାହାରିବା ପାଇଁ ବନବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Exit mobile version