Site icon ଆଜିକାଲି

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର – ଆସନ୍ତାକାଲି ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୪ ଲୋକସଭା ଓ ୨୮ ବିଧାନସଭା ଆସନର ବିଭିନ୍ନ ପୋଲିଂ ବୁଥରେ ମୋଟ ୧୭ ହଜାର ପ୍ଲାଟୁନ ପୋଲିସ ଫୋର୍ସ, ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ,୬୬ ପ୍ଲାଟୁନ ରାଜ୍ୟ ସଶସ୍ତ୍ର ପୋଲିସ ଓ ୬୦୦ ମୋବାଇଲ ସ୍କ୍ୱାଡ ମୁତୟନ ହେବେ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ଆଜି ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି।

୯ଟି ଜିଲ୍ଲାରେ ୬୦୦ ମୋବାଇଲ ପାଟ୍ରୋଲିଂ ଟିମ୍ ରହିବେ । ମାଓ ପ୍ରବଣ ଅଞ୍ଚଳ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ବୋଲି ଡିଜିପି ସୂଚନା ଦେଇଛନ୍ତି। ସୀମାରେ କଡ଼ାକଡ଼ି ଚେକିଂ କରାଯାଉଛି ବୋଲି ଡିଜିପି ସୂଚନା ଦେଇଛନ୍ତି।

Exit mobile version