Site icon ଆଜିକାଲି

ଚିକିଟି ମଦ ମୃତ୍ୟୁ ମାମଲା : ୬ ଗିରଫ, ୨ ଅଟକ

ଭୁବନେଶ୍ଵର: ଚିକିଟି ମଦ ମୃତ୍ୟୁ ମାମଲାରେ ଗୃହରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗଞ୍ଜାମ ଜିଲ୍ଲାରେ ୫୦୦ ଲିଟର ପୋଚ ନଷ୍ଟ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ୩ ଅବକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ମଦ ସାମ୍ପଲ ଓ ମୃତକଙ୍କ ଭିସେରା ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ତେବେ ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନରେ ମଧ୍ୟ ଗୃହ ଆରମ୍ଭରୁ ଚିକିଟି ମଦ ମୃତ୍ୟୁକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିଲା। ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ । ମହିଳା ବାଚସ୍ପତିଙ୍କ ଆଗରେ ବିଜେଡି ସଦସ୍ୟମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିଲେ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜେଡିର ଦୁଇ ଜଣ ବିରୋଧୀ ସଦସ୍ୟ ବାଚସ୍ପତିିଙ୍କ ପୋଡିୟମ ଉପରକୁ ଚଢି ଯାଇଥିଲେ । ଯାହାକୁ ନେଇ ବାଚସ୍ପତି ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ।

Exit mobile version