Site icon ଆଜିକାଲି

ଆଜିଠୁ ମୁଣ୍ଡଫଟା ଖରା: ରାଜ୍ୟରେ ଅସହ୍ୟ ହେବ ତାତି

heatwave.

ଭୁବନେଶ୍ବର: ରାଜ୍ୟରେ ଆଜିଠୁ ମୁଣ୍ଡଫଟା ଖରା । ପୁଣି କଲବଲ କରିବ ତାତି । ଅଧିକାଂଶ ଜିଲାରେ ପାଗ ଶୁଖିଲା ରହିବାକୁ ଥିବାବେଳେ ତାତି ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମାଝଡ ପ୍ରଭାବରେ ବାୟୁ ମଣ୍ଡଳରେ ଶୁଷ୍କତା ବଢିବା ସହ ଟାଣ ଖରା ଅନୁଭୂତ ହେବ । ଏ ନେଇ ଅଧିକାଂଶ ଜିଲାକୁ ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବିଶେଷ ଭାବରେ ଟ୍ବିନ୍ ସିଟି ସମେତ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ପାରଳାଖେମୁଣ୍ଡି , ଟିଟଲାଗଡ, ଭବାନୀପାଟଣା, ମାଲକାନଗିରିରେ ତାପମାତ୍ରା ଅଧିକ ରହିପାରେ ବୋଲି ଆକଳନ କରାଯାଇଛି। ତେବେ ୧୪ ତାରିଖରେ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମାଝଡ। ଏହାର ପ୍ରଭାବରେ ୧୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି।

Exit mobile version