Site icon ଆଜିକାଲି

ବିଜାପୁରରୁ ଟିଫିନ ବୋମା ଉଦ୍ଧାର, ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲାରୁ ଟିଫିନ ବୋମା ଉଦ୍ଧାର । ଜିଲାର ଉସୁର ଅଞ୍ଚଳରେ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ୩ଟି ଟିଫିନ ବୋମା ଖଞ୍ଜିଥିଲେ। ସିଆରପିଏଫ ଯବାନ ସର୍ଚ୍ଚ ଅପେରସନ କରୁଥିବା ସମୟରେ ଏହି ଟିଫିନ ବୋମାକୁ ଉଦ୍ଧାର କରିଥିଲେ। ଫଳରେ ଅଳ୍ପକେ ବର୍ତ୍ତି ଗଲେ ଯବାନ । ତୁରନ୍ତ ବୋମା ନିଷ୍କ୍ରିୟ ଦଳ ସେଠାରେ ପହଞ୍ଚି ବୋମାକୁ ଉଦ୍ଧାର କରିବା ସହ ଘଟଣାସ୍ଥଳରେ ହିଁ ନିଷ୍କ୍ରିୟ କରିଥିଲେ। ତେବେ ଏଥିରେ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

ସିତାପୁର କ୍ୟାମ୍ପରେ ଥିବା ୯୬ ବାଟାଲିଆନ ସିଆରପିଏଫ ଜବାନ ମାନେ କୁମିଂ ଅପରେସନ ବାହାରି ଥିବା ବେଳେ ୫୦ ମିଟର ଦୁର ପଗଡଣ୍ଡି ଗାଁ ନିକଟ ରାସ୍ତାରେ ଜବାନଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଲ୍ୟାଣ୍ଡମାଇନ ଲଗାଇଥିଲେ । ହେଲେ ଏହାକୁ ଠାବ କରିବା ସହ ନିଷ୍କ୍ରିୟ କରିଛନ୍ତି ଯବାନ ।

Exit mobile version