Site icon ଆଜିକାଲି

ଆଜି ୧୬ ଜିଲା ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ। ଫଳରେ ୪ରୁ ୫ ଡ଼ିଗ୍ରୀ ଖସିବ ଦିନ ତାପମାତ୍ରା। ସେହିପରି ଆସନ୍ତା ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ବିଶେଷ ପ୍ରଭାବ ରହିବ। ସେଥିପାଇଁ ଖୋର୍ଦ୍ଧା, କଟକ ସମେତ ୧୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

ସୂଚନା ଯେ, ଶୁକ୍ରବାର ଝିପ ଝିପ ବର୍ଷାରେ ଭିଜିଥିଲା ଭୁବନେଶ୍ବର। ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ଅସହ୍ୟ ତାତିରୁ ମିଳିଛି ଆଶ୍ବସ୍ତି । ଦିନ ତାପମାତ୍ରା ୪ରୁ ୫ ଡ଼ିଗ୍ରୀ ହ୍ରାସ ପାଇଛି।

Exit mobile version