Site icon ଆଜିକାଲି

ଆଜି ଖୋଲାଯିବ ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍‌, ଜଳଭଣ୍ଡାରୁ ନିଷ୍କାସିତ ହେବ ବନ୍ୟା ଜଳ

ସମ୍ବଲପୁର : ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍‌ । ପ୍ରଥମ ପର୍ଯ୍ୟାୟରେ ସକାଳ ୯ଟାରେ ଖୋଲାଯିବ ୫ଟି ଗେଟ୍‌। ପୂଜାର୍ଚ୍ଚନା କରାଯାଇ ଖୋଲାଯିବ ଗେଟ୍‌। ବାମ ପାର୍ଶ୍ୱର ୩ଟି ଓ ଡାହାଣ ପାର୍ଶ୍ୱର ୨ଟି ଗେଟ୍‌ ଖୋଲାଯିବ । ୫ଟି ଗେଟ୍‌ ଜରିଆରେ ଛଡ଼ାଯିବ ଏବର୍ଷର ପ୍ରଥମ ବନ୍ୟାଜଳ। ପ୍ରଥମେ ୭ ନମ୍ବର ଗେଟ୍‌ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ। ମହାନଦୀ ମଧ୍ୟକୁ କାହାକୁ ନଯିବା ପାଇଁ ପୂର୍ବରୁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସତର୍କ କରାଯାଇଛି । ସେହିପରି ମହାନଦୀ ତଟବର୍ତ୍ତୀ ୧୨ ଟି ଜ଼ିଲ୍ଲାର ଜ଼ିଲ୍ଲାପାଳ ଓ ଏସ୍‌ପି ମାନଙ୍କୁ ମଧ୍ୟ ସତର୍କ କରାଯାଇଛି।

ଏପଟେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୪.୮୧ ଫୁଟ୍‌ ରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୮୮ ହଜାର ୯୩୨ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି । ସେହି ସମୟରେ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୪୦ ହଜାର ୭୮୬ କ୍ୟୁସେକ ଜଳ ।

Exit mobile version