Site icon ଆଜିକାଲି

ଆଜି ବାଲେଶ୍ୱର ଗସ୍ତରେ ଆସିବେ ୫ଟି ଚେୟାରମ୍ୟାନ୍, ଦଳୀୟ କାର୍ଯ୍ୟକ୍ରମରେ ହେବେ ସାମିଲ୍

ବାଲେଶ୍ୱର : ଆଜି ବାଲେଶ୍ଵର ଗସ୍ତରେ ୫ଟି ଚେୟାରମ୍ୟାନ କାର୍ତ୍ତିକ ପଣ୍ଡିଆନ । ପାଣ୍ଡିଆନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ହୋଇଛି । ୫ଟି ଅଧ୍ୟକ୍ଷ ବାଲେଶ୍ଵର ଜିଲ୍ଲାରେ ୫ଟି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଦିନ ୧୦ ଟାରେ ପୋଲିସ ରିଜର୍ଭ ପଡ଼ିଆରେ ଥିବା ଅସ୍ଥାୟୀ ହେଲିପ୍ୟାଡରେ ହେଲିକପ୍ଟର ଯୋଗେ ଅବତରଣ କରିବା ପରେ ମିଶନ ପଡ଼ିଆରେ ଅନୁଷ୍ଠିତ ହେଉଥିବା ବିଜେଡ଼ିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ବିଜେଡି ଯୁବ,ଛାତ୍ର, ମହିଳା ଓ ଦଳୀୟ କର୍ମୀକୁ ଭେଟି ଦଳର ସ୍ଥିତି ସଙ୍ଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେବେ ।

ସେହିଭଳି ପରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଭଳି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ଟି ଅନୁକ୍ରମରେ ରୂପାନ୍ତରିକରଣ ହୋଇଥିବା କଲେଜ୍ ଗୁଡ଼ିକ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ସଂପର୍କରେ ୱାନ ଟୁ ୱାନ ଆଲୋଚନା କରିବା ସହ ଯୁବ ଛାତ୍ରୀଛାତ୍ର ମାନଙ୍କୁ ଉତ୍ସାହିତ କରିବେ ।

ପରେ ଏକ ଦଳୀୟ କାର୍ଯ୍ୟକ୍ରମ ରେ ନୀଳଗିରିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ବାହାନଗାରେ ବିଜେଡ଼ି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଶେଷରେ ସୋର ୟୁ ଏନ୍ କଲେଜ୍ ପଡ଼ିଆରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱର ଫେରିବେ ୫ଟି ଚେୟାରମ୍ୟାନ କାର୍ତ୍ତିକ ପଣ୍ଡିଆନ । ୫ଟି ଚେୟାରମ୍ୟାନଙ୍କ ଗସ୍ତକୁ ନେଇ ସୁରକ୍ଷା କଡାକଡି କରାଯାଇଛି ।

Exit mobile version