Site icon ଆଜିକାଲି

ଆଜି ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ଜଳୁଛି ଓଡ଼ିଶା । ଅସହ୍ୟ ତାତି କରୁଛି କଲବଲ । ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ଥିଲା ୪୧ ଦଶମିକ ୪ ଡିଗ୍ରୀ ସେଲସିୟସ ।

ଏହାପଛକୁ ରହିଛି ସମ୍ବଲପୁର। ଏଠାରେ ତାପମାତ୍ରା ୪୧ ଦଶମିକ ୨ ଡିଗ୍ରୀ ସେଲସିୟସ ଥିଲା । ଭୁବନେଶ୍ୱରରେ ୪୦ ଦଶମିକ ୪, ଚାନ୍ଦବାଲିରେ ୪୦ , ହୀରାକୁଦରେ ୪୦, କେନ୍ଦୁଝରରେ କେନ୍ଦୁଝରରେ ୩୯ ଦଶମିକ ୨, ବାଲେଶ୍ୱରରେ ୩୮ ଦଶମିକ ୪, ଗୋପାଳପୁରରେ ୩୪ ଦଶମିକ ୬, ପୁରୀରେ ୩୪ ଦଶମିକ ୨ ଓ ପାରାଦୀପରେ ୩୨ ଦଶମିକ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

Exit mobile version