Site icon ଆଜିକାଲି

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ପବିତ୍ର ମାର୍ଗଶୀର-ଶୁକ୍ଳ ଅଷ୍ଟମୀ ତିଥି ଶ୍ରୀ ବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ପ୍ରାୟ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।

ଖବର ଅନୁଯାୟୀ, ବୁଧବାର ଦିନ ପବିତ୍ର ମାର୍ଗଶୀର-ଶୁକ୍ଳ ଅଷ୍ଟମୀ ତିଥି । ଏହି ଅବସରରେ ଶ୍ରୀ ବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବୁଧବାର ଦିନ ଅପରାହ୍ନ ୪ ଟାରୁ ରାତ୍ର ୮ ଘଟିକା ଯାଏଁ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା କରିବେ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯାଏ । ଏହି ସମୟରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପ୍ରାୟ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ ।

Exit mobile version