Site icon ଆଜିକାଲି

ଆଜିଠୁ ଚୈତ୍ର ନବରାତ୍ରୀ, ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ପୂଜା

ଆଜିଠୁ ଚୈତ୍ର ନବରାତ୍ରୀ। ପଞ୍ଚାଗ ଅନୁସାରେ ଆଶ୍ୱୀନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଶାରଦୀୟ ନବରାତ୍ରୀ ପାଳିତ ହୋଇଥାଏ । ଏହି ନବରାତ୍ରୀର ବିଶେଷ ମହତ୍ୱ ରହିଛି ।

ଆଜି ଚୈତ୍ର ନବରାତ୍ରୀର ପ୍ରଥମ ଦିନ। ପ୍ରଥମ ଦିନରେ ମା’ ଦୁର୍ଗାଙ୍କ ଶୈଳପୁତ୍ରୀ ପୂଜା କରାଯାଇଥାଏ । ପାର୍ବତରାଜ ହିମାଳୟର ଝିଅ ହୋଇଥିବାରୁ ତାଙ୍କୁ ଶୈଳପୁତ୍ର କୁହାଯାଏ। ମା’ ଦୁର୍ଗାଙ୍କର ଏହି ରୂପ ଅତ୍ୟନ୍ତ ଶାନ୍ତ, ଭଦ୍ର ଏବଂ ପ୍ରଭାବଶାଳୀ।

ପୁରା ନଅ ଦିନ ଯାକ ଏହି ପର୍ବ ପାଳିତ ହୋଇଥାଏ । ପ୍ରତ୍ୟେକ ଦିନ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ସ୍ୱରୂପକୁ ସମର୍ପିତ କରାଯାଏ । ବିଶ୍ୱାସ ରହିଛି କି ନବରାତ୍ରୀର ପ୍ରଥମ ତିନି ଦିନରେ ମା’ ଦୁର୍ଗାଙ୍କ ଶକ୍ତିର ପୂଜା କରାଯାଇଥାଏ । ସେହିପରି ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ଦିନରେ ଲକ୍ଷ୍ମୀ ଏବଂ ଜୀବନରେ ଶାନ୍ତି ପ୍ରଦାନ କରୁଥିବା ଦେବୀଙ୍କୁ ପୂଜା କରାଯାଇଥାଏ । ନବରାତ୍ରୀର ସପ୍ତମ ଦିନ କଳା ଏବଂ ଜ୍ଞାନର ଦେବୀଙ୍କ ପୁଜା କରାଯାଇଥାଏ । ଅଷ୍ଟମୀ ଦିନ ମା ମହାଗୌରୀଙ୍କୁ ପୂଜା କରାଯାଏ ଏବଂ ଶେଷ ଦିନ ତଥା ନବମୀରେ ମା ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯିବାର ବିଧାନ ରହିଛି ।

ସେହିଅନୁଯାୟୀ ନବରାତ୍ରୀର ପ୍ରଥମ ଦିନ ମା’ ଶୈଳପୁତ୍ରୀଙ୍କ ଉପାସନା କରାଯାଏ । ସେ ହିମାଳୟ ପୁତ୍ରୀ ହୋଇଥିବାରୁ ତାଙ୍କୁ ଶୈଳପୁତ୍ରୀ ବୋଲି କୁହାଯାଏ । ପୂର୍ବ ଜନ୍ମରେ ତାଙ୍କ ନାଁ ସତୀ ଥିଲା ଏବଂ ସେ ଭଗବାନ ଶିବଙ୍କର ପତ୍ନୀ ଥିଲେ । ସତୀଙ୍କ ପିତା ଦକ୍ଷ ପ୍ରଜାପତି , ଭଗବାନ ଶିବଙ୍କୁ ଅପମାନ କରିଦେଇଥିଲେ । ଏହି କାରଣରୁ ସତୀ ନିଜକୁ ଯଜ୍ଞ କୁଣ୍ଡରେ ଭସ୍ମ କରି ଦେଇଥିଲେ । ଆଗାମି ଜନ୍ମରେ ସତୀ ପୁଣି ଶୈଳପୁତ୍ରୀ ରୂପେ ଜନ୍ମ ନେଇଥିଲେ ଏବଂ ଶିବଙ୍କୁ ବିବାହ କରିଥିଲେ ।

Exit mobile version