Site icon ଆଜିକାଲି

ଆଜି ପ୍ରଥମ କରି ହାଇକୋର୍ଟରେ ହାତୀ ସୁରକ୍ଷାକୁ ନେଇ ବସିବ ବୈଠକ

କଟକ : ରାଜ୍ୟରେ ଅସୁରକ୍ଷିତ ଗଜରାଜ । ବିଭିନ୍ନ ସମୟରେ ଯାଉଛି ହାତୀଙ୍କ ଜୀବନ । ଏପରି ସମ୍ଵେଦନଶୀଳ ମାମଲାରେ ଆଜି ପ୍ରଥମ କରି ହାଇକୋର୍ଟରେ ହାତୀ ସୁରକ୍ଷାକୁ ନେଇ ବସିବ ବୈଠକ । ରାଜ୍ୟ ସରକାରଙ୍କ ଜଏଣ୍ଟ ଟାସ୍କ ଫୋର୍ସ ଟିମକୁ ବୈଠକରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ହାତୀ ମୃତ୍ୟୁ ରୋକିବା ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ସମ୍ବନ୍ଧରେ ଆବେଦନକାରୀଙ୍କ ଓକିଲଙ୍କୁ ଜଣେଇବା ପାଇଁ ନିର୍ଦ୍ଦେଶ ରହିଛି । ରାଜ୍ୟରେ ହାତୀ ମୃତ୍ୟୁ ମାମଲା ନେଇ ହାଇକୋର୍ଟରେ ଏକାଧିକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି । ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥ ଏହି ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ । ଏ ପର୍ଯ୍ୟନ୍ତ ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ୧୭ଟି ମାମଲା ରୁଜୁ ହୋଇସାରିଛି ।

Exit mobile version