Site icon ଆଜିକାଲି

ବୟନିକା ର ସ୍ଥାପନା ଦିବସ


କେନ୍ଦୁଝର, (ନିପ୍ର) ରାଜ୍ୟ ରେ ବୟନିକା ର ୬୭ ତମ ସ୍ଥାପନା ଦିବସ ଅବସରରେ କେନ୍ଦୁଝର ଡେଲି ମାର୍କେଟ ରେ ଅବସ୍ଥିତ ସୋ ରୁମ ରେ ଆୟୋଜିତ ପ୍ରଦର୍ଶନୀ ଓ ବିକ୍ରୟ ରେ ସ୍ଵତନ୍ତ୍ର ରିହାତି ବ୍ୟବସ୍ଥା କୁ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ଉଦ୍‌ଘାଟନ କରିଛନ୍ତି । ସମସ୍ତ କ୍ରୟ ଉପରେ ୨୦+୧୦ ଶତାଂଶ ରିହାତି ବ୍ୟବସ୍ଥା ଆସନ୍ତା ତିନିଦିନ ବ୍ୟାପୀ ଉପଲବ୍ଧ ହେବ ।

ଏହି ଅବସରରେ ଶାଖା ପରିଚାଳକ ବିପିନ ବେହେରା । ସହାୟକ ରଜତ କୁମାର ବେହେରା ଡେଲି ମାର୍କେଟ ର କର୍ମକର୍ତା ବହୁ ଜନସାଧାରଣ ଗ୍ରାହକ ଉପସ୍ଥିତ ରହି ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ୧୬୨ କୋଟି ଟଙ୍କା ର କାରବାର କରି ବୟନିକା ଏକ ରେକର୍ଡ ସ୍ଥାପନ କରିଛି ।

Exit mobile version