Site icon ଆଜିକାଲି

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଵ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଵ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ମଧ୍ୟାନ୍ନ ଧୂପ ପରେ ବାମନ ଜନ୍ମ ନୀତି, ଇନ୍ଦ୍ରଧ୍ୱଜା ପୂଜା ବିଧି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୯ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ସେପଟେ ଆଜି ଶ୍ରୀନଅରରେ ପାଳିତ ହେବ ପବିତ୍ର ସୁନିଆ ଉତ୍ସବ । ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ୧୪ ଶହ ୩୦ ସାଲ ୬୫ ଅଙ୍କର ପ୍ରବେଶ । ଏହି ଅବସରରେ କନକଦୁର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହଙ୍କୁ ପୂଜାର୍ଚ୍ଚନା କରିବେ ଗଜପତି ମହାରାଜ । ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ସମ୍ପାଦନ କରାଯିବ । ଶ୍ରୀନଅର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବ । ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମ ନୃସିଂହ ଆଦି ଦେବାଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହରକରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜା ଏହାକୁ ଘୋଷଣା କରିବେ ।

Exit mobile version