Site icon ଆଜିକାଲି

ଆଜି ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ହେବ କୃଷି ବିଭାଗର ଖର୍ଚ୍ଚଦାବି

ଭୁବନେଶ୍ୱର: ଆଜି ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କୃଷି ବିଭାଗର ଖର୍ଚ୍ଚଦାବି ଆଗତ କରିବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଖର୍ଚ୍ଚଦାବିର ପରିମାଣ ୭ ହଜାର ୧୩୫ କୋଟି ୮୯ ଲକ୍ଷ ୪୮ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ପ୍ରଶ୍ନକାଳରେ କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶ୍ରମ, ସମବାୟ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।

ଚାଷୀଙ୍କ ଆୟ କିପରି ବୃଦ୍ଧି ପାଇବ ଓଡ଼ିଶାର ସରକାରଙ୍କ ଲକ୍ଷ୍ୟ । ଧାନ ଫସଲ ବ୍ୟତୀତ ଅନ୍ୟ ଅର୍ଥକାରୀ ଓ ଅଣଦାନ ଫସଲ ଚାଷ ଉପରେ ସରକାର ଗୁରୁତ୍ବ ଦେଇଆସୁଛନ୍ତି । ଲଗାତାର ୨ ବର୍ଷ ଧରି ଡାଲିଜାତୀୟ, ତୈଳବୀଜ, ଫଳ ଓ ଫୁଲ ଚାଷ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । ମିଲେଟ ମିଶନ ପରି, ଛତୁ ମିଶନ, ପଣସ ମିଶନ ଜରିଆରେ ଚାଷୀଙ୍କ ଆୟବୃଦ୍ଧି ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି । ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ କୃଷି ବଜେଟ ଆକାର ୨୪ ହଜାର ୮୨୯ କୋଟିର ପ୍ରସ୍ତାବ ରଖାଯାଇଛି ।

Exit mobile version