Site icon ଆଜିକାଲି

ଶ୍ରୀମନ୍ଦିରରେ ଆଜି ମେଣ୍ଢାପୋଡି ନୀତି

ପୁରୀ : ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ମେଣ୍ଢାପୋଡି ନୀତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା, ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଦୋଳବେଦୀକୁ ବିଜେ କରିବେ। ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ, ଦେବନୀତି, ବନ୍ଦାପନା ପରେ ଭୋଗ ଅନୁଷ୍ଠିତ ହେବ।

ମାରୁଆଡି ସମ୍ପ୍ରଦାୟର ପୁରୁଷ ଓ ମହିଳାଙ୍କ ଦ୍ୱାରା ପୂର୍ବରୁ ସଂଗୃହିତ ଘସି କାଠରେ ଅଗ୍ନି ସଂଯୋଗ କରଯିବ। ହୋଲିକା ରାକ୍ଷାସୀକୁ ଦହନର ପ୍ରତିଫଳନ ସ୍ୱରୁପ ଏହି ମେଣ୍ଢାପୋଡି ନୀତି ଅନୁଷ୍ଠିତ ହୋଇଥାଏ। ବାର ମାସରେ ତେର ପର୍ବ ଆମ ଓଡ଼ିଆମାନଙ୍କର। ଏଥି ମଧ୍ୟରୁ ଅନ୍ୟତମ ହେଉଛି ଦୋଳପୂର୍ଣ୍ଣିମା।

Exit mobile version