Site icon ଆଜିକାଲି

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବାମନ ବା ବଳିବାମନ ବେଶ

ପୁରୀ : ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ଦିନ ଜଗନ୍ନାଥ ମନ୍ଦିରରେ ବାମନ ଜନ୍ମ ପାଳନ କରାଯାଏ ॥ ପୌରାଣିକ ଉପାଖ୍ୟାନ ଅନୁସାରେ ଏହିଦିନ ଏକ ଶୁଭ ମୁହୂର୍ତରେ ଭଗବାନ ବିଷ୍ଣୁ ନିଜ ପଞ୍ଚମ ଅବତାରରେ ଏକ ଦିବ୍ୟ, ଜ୍ୟୋତିର୍ମୟ ବାମନ ବାଳକ ରୂପରେ ଧରିତ୍ରୀରେ ଅବତରଣ କରିଥିଲେ।

ବାମନ ବେଶରେ ଠାକୁରଙ୍କୁ ଲାଗି କରାଯାଉଥିବା ସ୍ଵର୍ଣ ଅଳଙ୍କାର ଇତ୍ୟାଦି ବେଶ ଦିବସ ପୂର୍ବରୁ ରତ୍ନଭଣ୍ଡାରରୁ ବାହାର କରାଯାଇ ଭଣ୍ଡାର ମେକାପ ସେବକଙ୍କ ତତ୍ତ୍ଵବଧାନରେ ରହିଥାଏ । ବେଶ ଶେଷ ପରେ ନାଟ ମଣ୍ଡପରେ ଖଟଶେଯ ପଡିଥାଏ। ଶ୍ରୀଜଗନ୍ନାଥ ଙ୍କ ପାଖରୁ ଆଜ୍ଞାମାଳ ପାଇ ଶ୍ରୀବାମନ ଭଗବାନ ଖଟରେ ବିଜେ କରି ଥାନ୍ତି। ଏହାପରେ ତାଙ୍କ ସମ୍ମୁଖରେ ସମ୍ପୃକ୍ତ ଯାଗା ଘରର ସେବକ ମାନେ ବଳୀଙ୍କ ପାତାଳ ଗମନ ପ୍ରସ୍ତାବ ଆଗତ କରିଥାନ୍ତି।ଏହାପରେ ଶୀତଳ ଭୋଗ ବଢି ଶ୍ରୀବାମନ ଭଗବାନ ଦକ୍ଷିଣ ଘରକୁ ବିଜେ କରି ଥାନ୍ତି। ଏହାପରେ ଦୈନଦିନ ନୀତି ବଢିଥାଏ। ଶ୍ରୀଜୀଉ ମାନଙ୍କ ଏହି ପବିତ୍ର ବେଶ ଦର୍ଶନ କଲେ ପୁନର୍ଜନ୍ମ ଆଉ ମିଲିନଥାଏ ବୋଲି ଲୋକ ବିଶ୍ୱାସ ରହିଛି।

Exit mobile version