Site icon ଆଜିକାଲି

ଆଜି ପବିତ୍ର ବଡଦିନ: ଧରାପୃଷ୍ଠକୁ ଅବତରଣ କଲେ ପ୍ରଭୁ ଯୀଶୁ

ଭୁବନେଶ୍ୱର : ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ଏଥିପାଇଁ ଚଳଚଞ୍ଚଳ ବିଭିନ୍ନ ଚର୍ଚ୍ଚ। ରାଜଧାନୀରେ ଥିବା ପ୍ରାୟ ୩୫ଟି ଯାକ ଚର୍ଚ୍ଚରେ ଧୁମଧାମରେ ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରାଯାଇଛି । ଆଲୋକମାଳାରେ ବେଶ ଆକର୍ଷଣୀୟ ହୋଇଥିଲା ଚର୍ଚ୍ଚ।

ଠିକ ମଧ୍ୟରାତିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଅବତରି ଥିଲେ ଯୀଶୁ । ବାଜି ଉଠିଥିଲା ଜିଙ୍ଗଲ ବେଲ । ଝଲସୁଥିଲା ବିଭିନ୍ନ ଉପହାରରେ ସଜ୍ଜିତ ଖ୍ରୀଷ୍ଟମାସ ଟ୍ରି । ଚର୍ଚ୍ଚରୁ ଭାସିଆସିଥିଲା ସମବେତ କାରୋଲ ସଙ୍ଗୀତ । ଭଗବାନ ଯୀଶୁଙ୍କୁ ଆଗମନକୁ ଏପରି ଢଙ୍ଗରେ ବିଭିନ୍ନ ଚର୍ଚ୍ଚରେ ସ୍ୱାଗତ କରାଯାଇଛି । ଶ୍ରଦ୍ଧାଳୁମାନେ ଯୀଶୁଙ୍କ ପାଦ ଚୁମ୍ବନ କରି ସେମାନଙ୍କ ଶ୍ରଦ୍ଧା ନିବେଦନ କରିଥିଲେ । ରାତିସାରା ଚର୍ଚ୍ଚକୁ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସମେତ ସବୁ ଧର୍ମର ଲୋକଙ୍କ ସମାଗମ ହୋଇଥିଲା। ଆଜି ମଧ୍ୟ ସକାଳୁ ସକାଳୁ ଭିଡ଼ ଜମିଛି।

ସମସ୍ତେ ପରସ୍ପରକୁ ମେରୀ ଖ୍ରୀଷ୍ଟ ମାସ କହି ଯଣାଉଛନ୍ତି ଶୁଭେଚ୍ଛା। କଟକ ଯୀଶୁଙ୍କ ଆଗମନ ପାଇଁ ଭାଇଚାରାର ସହର ଉତ୍ସବମୁଖର ହୋଇଥିବା ବେଳେ ଖ୍ରୀଷ୍ଟ ମାସ ବା ବଡ ଦିନ ପାଇଁ ଚର୍ଚ୍ଚ ଗୁଡିକୁ ରଙ୍ଗୀନ ଆଲୋକରେ ସଜ୍ଜିତ କରାଯାଇଥିଲା।ଏଥି ସହ ପ୍ରଭୁ ଯୀଶୁ ଜନ୍ମ ନେଇଥିବା ମେଣ୍ଢା ଶାଳ ଓ ଚର୍ଚ୍ଚ ଗୁଡିକୁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତି କରାଯାଇଥିଲା। ଗୋଟିଏ ବର୍ଷର ଅପେକ୍ଷା ପରେ ଏହି ସମୟକୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ସ୍ନେହ ,ଶ୍ରଦ୍ଧା ଓ ଖୁସି ର ସହ ପାଳନ କରିଥିବା ଦେଖିବାକୁ ମିଳିଥିଲା । ସାରା ବିଶ୍ବରେ ଶାନ୍ତି ,ମୈତ୍ରୀ ଓ ସଦ୍ଭାବନାର ର ବାର୍ତ୍ତା ନେଇ ଶିଶୁ ଯୀଶୁ ଜନ୍ମ ନେଇଥିବା ଥିବା କହିଛନ୍ତି ଖ୍ରୀଷ୍ଟ ଧର୍ମଗୁରୁ।ତେବେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଚର୍ଚ୍ଚ ରେ କ୍ୟାଣ୍ଡେଲ ଜାଳି ନିଜ ପରିବାର ସହ ବିଶ୍ବ ଶାନ୍ତି ର ପ୍ରାର୍ଥନା କରିଥିବା କହିଛନ୍ତି।।

କେବଳ ଚର୍ଚ୍ଚ ନୁହେଁ ବରଂ ଘରେ ଘରେ ଚାଲିଥିଲା ଖ୍ରୀଷ୍ଟ ମାସର ସେଲିବ୍ରେସନ। ପିଠା ମିଠା କେକର ଜମିଥିଲା ଆସର। ଭାଇଚାରାର ସହର କଟକ ରେ ସବୁ ଧର୍ମ ର ଲୋକ ସାମିଲ ହୋଇ ପାଳନ କରିଥିଲେ ବଡ ଦିନକୁ। ତେବେ କଟକ ରେ ବିଭିନ୍ନ ଧର୍ମ ର ଲୋକ ମଧ୍ୟ ଚର୍ଚ୍ଚ ଆସି କ୍ୟାଣ୍ଡେଲ ଜାଳି ପ୍ରଭୁ ଯୀଶୁଙ୍କ ପ୍ରାର୍ଥନା କରିଛନ୍ତି। କଟକରେ ସବୁ ପର୍ବ ପର୍ବାଣୀ କୁ ସମସ୍ତେ ଏକାଠି ହୋଇ ପାଳନ କରିବା ହିଁ ଭାଇଚାରାର ବାର୍ତ୍ତା ଦେଇଥାଏ ବୋଲି କହିଛନ୍ତି କଟକ ବାସିନ୍ଦା।

ବଡ ଦିନ ବା ଖ୍ରୀଷ୍ଟ ମାସ ପାଳନ ସମୟ ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଚର୍ଚ୍ଚ ସମେତ ବିଭିନ୍ନ ସ୍ଥାନରେ କମିଶନରେଟ ପୋଲିସ ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Exit mobile version