Site icon ଆଜିକାଲି

ଆଜି ବାବା ଧବଳେଶ୍ବରଙ୍କ ମହାପର୍ବ ବଡ଼ ଓଷା

ଆଠଗଡ଼ : ଆଜି ବାବା ଧବଳେଶ୍ବରଙ୍କ ମହାପର୍ବ ବଡ଼ ଓଷା । ବଡ଼ସିଂହାର ବେଶ ସହ ରାଜରାଜେଶ୍ବର ବେଶରେ ଦର୍ଶନ ଦେଉଛନ୍ତି ବାବା । ଭକ୍ତଙ୍କ ସିଧାସଳଖ ଦର୍ଶନ ବାରଣ କରାଯାଇଛି । ଭର୍ଚୁଆଲ୍ ମୋଡ୍‌ରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।

ତେବେ ଧବଳେଶ୍ୱରଙ୍କ ଦର୍ଶନ ନିମନ୍ତେ ମନ୍ଦିରର ମୁଖ୍ୟ ରାସ୍ତା ଫାଟକ ପାଖରେ ଏଲଇଡି ସ୍କ୍ରିନରେ ଭର୍ଚୁଆଲ ମାଧ୍ୟମରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରାଯିବ । ଏହାନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଝୁଲାପୋଲ ଏବଂ ମନ୍ଦିର ବେଢାରେ ୧୪୪ ଧାରା ଜାରି ରହିଛି । ଗୁଜୁରାଟର ମୋରବି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ପୂଜକ ସମିତି ପକ୍ଷରୁ ରାତି ପ୍ରାୟ ତିନିଟା ସମୟରେ ବାବା ଧବଳେଶ୍ଵରଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇଛି । ଏହାପରେ ମଙ୍ଗଳ ଆଳତୀ ମଇଲମ ଆଦି ସମସ୍ତ ରୀତିନୀତି ନିର୍ଘଣ୍ଟ ସମୟ ଅନୁସାରେ ସମ୍ପାଦନ ହେବାପରେ ଭର୍ଚୁଆଲ ମାଧ୍ୟମରେ ଦର୍ଶନ ଦେବେ ବାବା ଧବଳେଶ୍ବର । ମଧ୍ୟରାତ୍ରୀରେ ଅର୍ଥାତ୍ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରାଯିବ ବାବାଙ୍କ ଅତି ପ୍ରିୟ ଗଜଭୋଗ ଓ ତରଣ। । ସେଥିପାଇଁ ଭୋଗ ପ୍ରସ୍ତୁତିରେ ଲାଗିପଡିଛନ୍ତି ପୂଜକ ପରିବାର ।

Exit mobile version