Site icon ଆଜିକାଲି

ଆଜି ଶ୍ରୀକ୍ଷେତ୍ରେରେ ଭଉଁରୀଯାତ୍ରା, ପରମ୍ପରା ଅନୁଯାୟୀ ରଥ ଖଳାରେ ଅଖରେ ଚକ ସଂଯୋଗ ନୀତି ଅନୁଷ୍ଠିତ ହେବ


ପୁରୀ : ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ । ପରମ୍ପରା ଆଧାରରେ ରଥଖଳାରେ ବିଜେ କରିବେ ମହାପ୍ରଭୁଙ୍କ ଆଜ୍ଞାମାଳ । ଭଉଁରୀ ତିଥିରେ ତିନି ପୂଜାପଣ୍ଡା ସକାଳ ଧୂପ ପରେ ମହାପ୍ରଭୁଙ୍କ ନିକଟ ରୁ ୩ଟି ଆଜ୍ଞାମାଳ ଆଣି ତିନି ରଥର ଚକ ଅଖ ନିକଟରେ ଲାଗି କରିବା ସହ ମୁଖ୍ୟ ବିଶ୍ୱକର୍ମା ମାନଙ୍କୁ ଶାଢୀ ବନ୍ଧା କାର୍ଯ୍ୟ ସମ୍ପର୍ଣ୍ଣ ହେବ । ପରେ ତିନି ରଥର ତିନୋଟି ଅଖରେ ମୋଟ୍ ୬ଟି ଚକ ସଂଯୋଗ କରାଯାଇଛି । ଏଥିପାଇଁ ଆବଶ୍ୟକ ଚକ ସବୁ ନିର୍ମାଣ ସରିଛି । ଶିଳ୍ପଶାସ୍ତ୍ର ଓ ରଥ ସଂହିତା ଅନୁସାରେ ତିନି ରଥରେ ଚକ ଅଖ ଡେରା ଏକ ପ୍ରମୁଖ କାମ ।

ଭଭଁରୀ ଓ ରଥ ଚକ ଅଖ ଡେରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଛି । ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥରେ ମୋଟ୍ ୪୨ ଟି ଚକ ଲାଗିବ। ଏହା ମଧ୍ୟରେ ବର୍ତମାନ ସୁଦ୍ଧା ୬ଟି ଚକ ନିର୍ମାଣ ଶେଷ ହୋଇ ସାରିଛି ଆଉ ୩୬ ଟି ଚକ ତିଆରି ହେବ। ରଥରେ ଚକ ଅଖ ଯୋଡାଯିବା ପରେ ତିନି ରଥର ୪୨ଟି ତୁମ୍ଭରେ ଅର ଯୋଡା ଯିବ। ଆଗକୁ ସ୍ନାନ ପୂର୍ଣ୍ଣମା ରେ ତିନି ରଥର ଚାରି ନାହାକା ଟେକା ଯିବାର ପରମ୍ପରା ରହିଛି । ପୂଜାପଣ୍ଡା ୩ଟି ରଥ ଚକରେ ଆଜ୍ଞା ମାଳ ଲାଗି କରିବା ପରେ ଏହି ୩ ଗୋଟି ମାଳକୁ ଭୋଇ ସେବକ ମାନେ ତାଙ୍କ ଇଷ୍ଟ ରଥ ଖଳାରେ ଥିବା ମା ଚର୍ଚ୍ଚିକାଙ୍କୁ ଅର୍ପଣ କରିଥାନ୍ତି।

ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶେଷ ଦିନ ।ଶ୍ରୀଜୀଉଙ୍କ ଚଳନ୍ତି ବିଗ୍ରହ ମାନେ ନରେନ୍ଦ୍ର ସରୋବର ରେ ରାତି ଚାପରେ ଏକୋଇଶି ଘେରା ଚାପ ଖେଳିବେ।ଏହି ସମୟ ରେ ଉତ୍ସବ କୁ ଆକର୍ଷଣୟ କରିବାକୁ ବିଭିନ୍ନ ପ୍ରକାରର ଆତସ ବାଜି ପ୍ରଦର୍ଶନ କରା ଯାଇ ଥାଏ। ମହାପ୍ରଭୁଙ୍କ ଏହି ଭବ୍ୟ ଉତ୍ସବକୁ ଭକ୍ତମାନେ ଆନନ୍ଦରେ ଦର୍ଶନ କରିଥାନ୍ତି।

Exit mobile version