Site icon ଆଜିକାଲି

ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମୋତ୍ସବ

ଯାଜପୁର : ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଏହି ଦିନ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମୋତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପୀଠ । ପରମ୍ପରା ଅସୁସାରେ ସମସ୍ତ ନୀତି ସ୍ଥିର ହୋଇଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଛି ବ୍ୟବସ୍ଥା ।

ଆଜି ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ତେବେ କୋଭିଡ ପାଇଁ ୨ ବର୍ଷ ମା’ଙ୍କ ଏହି ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ । କିନ୍ତୁ ଏବେ କଟକଣା ହଟିଥିବାରୁ ମା’ଙ୍କ ଦର୍ଶନ ପାଇଁ ଛୁଟିଛି ଭକ୍ତଙ୍କ ଭିଡ଼ । ମା’ଙ୍କ ଜନ୍ମୋତ୍ସବ ପାଇଁ ପୁରା ମନ୍ଦିରକୁ ଫୁଲରେ ସଜା ଯାଇଛି ।

Exit mobile version